ଭୁବନେଶ୍ୱର : ଜଳିଗଲା ଭେଣ୍ଡିଙ୍ଗ ଜୋନ । ରାଜଧାନୀର ଭେଣ୍ଡିଙ୍କଗ ଜୋନରେ ବଡଧରଣର ଅଗ୍ନିକାଣ୍ଡ । କଳିଙ୍ଗ ଷ୍ଟାଡିୟମ ସାମ୍ନାରେ ଥିବା ଭେଡିଙ୍ଗ ଯୋନରେ ନିଆଁ ଲାଗି ୧୧ ଦୋକାନ ପୋଡିଯାଇଛି । ଆଜି ଭୋର ୪ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।