ପାରାଦୀପ/ପ୍ରଶାନ୍ତ କୁମାର ସ୍ୱାଇଁ : ପାରାଦୀପ ଅଠରବାଙ୍କୀ ଟାରମିନାଲ ରେ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା । ନିଜ ସ୍କୁଲ ରୁ ଘରକୁ ଫେରୁଥିବା ସମୟରେ ମା ଓ ପୁଅ ଙ୍କୁ ଚଢ଼ାଇଦେଲା ଟ୍ରକ । ଘଟଣାସ୍ଥଳ ରେ ପୁଅର ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ଅବସ୍ଥାରେ ମେଡିକାଲ ରେ ଅଛନ୍ତି । ପାରାଦୀପ ବେଥାନୀ କନଭେଣ୍ଟ ସ୍କୁଲର ୟୁକେଜି ଛାତ୍ର ଜୀୟାଂଶୁ ଓ ତାଙ୍କ ମା ବେଥାନୀ ସ୍କୁଲର ଶିକ୍ଷୟିତ୍ରୀ ନେହା ଖଣ୍ଡେଲୱାଲ ସ୍କୁଟିରେ ପାରାଦୀପ ବେଥାନୀ କନଭେଣ୍ଟ ସ୍କୁଲରୁ ନିଜ ଘରକୁ ଫେରୁଥିବା ସମୟରେ ପାରାଦୀପ ଟରମିନାଲ ରାସ୍ତାରେ ଏକ ଟ୍ରକ ଚଢ଼ାଇଦେବାରୁ ଘଟଣାସ୍ଥଳରେ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ମା ନେହା ଖଣ୍ଡେଲୱାଲଙ୍କୁ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତି କରିଛନ୍ତି । ଯାହାକୁ ଅଠରବାଙ୍କୀ ଅଞ୍ଚଳ ରେ ଉତ୍ତେଜନା ସୃଷ୍ଟି ହୋଇଛି । ତେବେ ଦୁର୍ଘଟଣାରେ ଗୁରୁତର ଥିବା ବେଥାନୀ କନଭେଣ୍ଟ ସ୍କୁଲର ଶିକ୍ଷୟିତ୍ରୀ ନେହା ଖଣ୍ଡେଲୱାଲଙ୍କୁ ଅବସ୍ଥା ଗୁରୁତର ଦେଖିବା ପରେ ଅଠରବାଙ୍କୀ ମେଡିକାଲରୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।