୩୦ରେ ଗଞ୍ଜାମ ପରିଦର୍ଶନ କରିବେ ନବୀନ ପଟ୍ଟନାୟକ

0

ଅଦିନିଆ ବର୍ଷାରେ ଫସଲ ନଷ୍ଟ ହେବା ସହ ଚାଷୀ କୂଳ ହନ୍ତସନ୍ତ ହେଉଛନ୍ତି । ଖରିଫ ଫସଲ ସହ ରବି ଫସଲ ମଧ୍ୟ ନଷ୍ଟ ହୋଇଯାଇଛି । ତାହାକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଚାଷୀଙ୍କୁ ଭେଟିବା ପାଇଁ ଆସନ୍ତା ଡିସେମ୍ବର ୩୦ରେ ଗଞ୍ଜାମ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ସୋମବାର ନବୀନ ପଟ୍ଟନାୟକ ପ୍ରଥମେ କବିସୂର୍ଯ୍ୟନଗର,ଆସିକା ଓ ହିଞ୍ଜିଳି ପରିଦର୍ଶନ ର କାର୍ୟ୍ୟକ୍ରମ ରହିଛି । ଜମିକୁ ଯାଇ ଚାଷୀଙ୍କୁ ଭେଟିବେ ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତି ଆକଳନ କରିବେ ନବୀନ ପଟ୍ଟନାୟକ ।