(ଓମ ପ୍ରକାଶ ମିଶ୍ର)ସୋନପୁର: ସରିଛି ନୂଆଁଖାଇ କିନ୍ତୁ ସରିନାହିଁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ଗାଁ ଗାଁରେ ଭେଟଘାଟ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା କୁକିଆ ରଘୁନାଥ କ୍ଳବ ପକ୍ଷରୁ ମଧ୍ୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଲୋକ କବି ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ନୂଆଁଖାଇର ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ଏହି ଅବସରରେ ଗାଁ ଗୋଉନ୍ତିଆ,ହଳଧର ନାଗ, ପଙ୍କଜ ଜାଲ ଭଳି ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଆଖପାଖ ଅଂଚଳର ଶତାଧିକ ଲୋକ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଉପଭୋଗ କରିଥିଲେ ।