ଜମ୍ମୁର କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରିଛନ୍ତି ଓଡ଼ିଶା ସରକାର

0

ଭୁବନେଶ୍ୱର-: ଲଗାତାର ୩–୪ ଦିନ ହେବ ଜମ୍ମୁ ଅଶାନ୍ତ ରହିଥିବା ବେଳେ ଏବେ ଜମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା କରିଛନ୍ତି ଓଡ଼ିଶା ସରକାର। ଜମ୍ମୁର କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଜାରି ହେବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଲେ ଓଡ଼ିଶା ସରକାର। ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ଏହି କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବା ବେଳେ ହେଲ୍ପଲାଇନ ନମ୍ବର ୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧ରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

ବୁଧବାର ବିଳମ୍ବିତ ରାତି ଓ ଗୁରୁବାର ଭୋର ସମୟ ମଧ୍ୟରେ ପାକିସ୍ତାନ ଜମ୍ମୁ-କଶ୍ମୀର, ପଞ୍ଜାବ ଓ ଗୁଜରାଟର ୧୫ଟି ସହରକୁ ଟାର୍ଗେଟ କରି ମିସାଇଲ ଛାଡ଼ିଥିଲା। ତେବେ ଭାରତୀୟ ବାୟୁସେନା ସମସ୍ତ ମିସାଇଲ ନଷ୍ଟ କରିଦେଇଥିଲା। ରୁଷିଆ ନିର୍ମିତ ଏସ୍‌-୪୦୦ ଏୟାର ଡିଫେନ୍ସ ମିଶାଇଲ ସିଷ୍ଟମ୍‌ ବ୍ୟବହାର କରି ଭାରତ ପାକିସ୍ତାନୀ କ୍ଷେପଣାସ୍ତ୍ରଗୁଡ଼ିକୁ ଖସାଇ ଦେଇଥିଲା। ତେବେ କାଲି ପାକିସ୍ତାନର ଡ୍ରୋନ୍ ମାଡ଼ ପରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଜାରି ହେବା ପରେ ଓଡ଼ିଶା ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ୫ଟି ସ୍ୱତନ୍ତ୍ର ଟିମ୍ ଗଠନ କରି ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ସେମାନେ ପିଲାଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ କିପରି ଓଡ଼ିଶା ଫେରାଇ ଆଣିବେ ସେନେଇ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର।