ରିୟାଙ୍କ ଭୁବନେଶ୍ୱର ଲିଙ୍କ:ଏନସିବି ସହଯୋଗ ଲୋଡିଲେ ଓଡିଶା ପୁଲିସ ସମ୍ପୂର୍ଣ୍ଣ ସହଯୋଗ କରିବ

0

ଭୁବନେଶ୍ୱର: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ ନେଉଥିବା ନେଇ ଜଣା ପଡିବା ପରେ ଗତକାଲି ତାଙ୍କର ଭୁବନେଶ୍ବର ଲିଙ୍କ ପଦାକୁ ଆସିଥିଲେ । ତେବେ ଏହି ମାମଲାରେ ଡିଜିପି ଅଭୟ କହିଛନ୍ତି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ପର୍ୟ୍ୟନ୍ତ ଓଡିଶା ପୁଲିସ୍ ସହ ଏନ୍‌ସିବି ଯୋଗଯୋଗ କରି ନାହିଁ। ଏଥିସହ ଏହି ଘଟଣାରେ ଓଡିଶା ପୁଲିସ୍‌କୁ କୌଣସି ତଥ୍ୟ ମଗାଯାଇ ନାହିଁ। ଯଦି ଆଗାମୀ ଦିନରେ ଏନ୍‌ସିବି ଓଡିଶା ପୁଲିସ୍‌ର ସହଯୋଗ ଲୋଡେ, ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ।
ସିବିଆଇ ତଦନ୍ତ କାଳରେ ରିୟାଙ୍କ ହ୍ବାଟସଆପ୍ ଚାଟରେ ସେ ଭୁବନେଶ୍ବର ଆସିଥିବା କଥା ଜଣା ପଡ଼ିଛି। ରିୟା ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ସିମୋନ୍ ଖମ୍ବୋଟାଙ୍କ ସହ ହ୍ବାଟସଆପରେ ଭୁବନେଶ୍ବରରେ ଡ୍ରଗ୍ସ୍ ମିଳୁଥିବା କଥା ଲେଖିଛନ୍ତି। ଏହି ହ୍ବାଟସଆପ୍ ଚାଟ୍ ୨୦୨୦ ,ମାର୍ଚ୍ଚ ୧୮ତାରିଖର ବୋଲି ଜଣା ପଡ଼ିଛି। ସେ ସିମୋନଙ୍କୁ ଭୁବନେଶ୍ବରର ଗଞ୍ଜେଇ ଏବଂ ସବୁପ୍ରକାର ନିଶା ଦ୍ରବ୍ୟର ଭଲ ପେଣ୍ଠସ୍ଥଳୀ ବୋଲି କହିଛନ୍ତି। ତେବେ ରିୟା ଭୁବନେଶ୍ବର କାହା ସହ ଆସିଥିଲେ ଏବଂ କେଉଁଠି ରହିଥିଲେ ତାହା ଏବେ ଜଣା ପଡ଼ି ନାହିଁ।