ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ): ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଲେ ଅଲିମ୍ପିକ ପଦକ ବିଜେତା । ଟୋକିଓ ଅଲିମ୍ପିକ୍ସରେ ଭାରତର ଟେକ ରଖି ଘରକୁ ଫେରିଥିବା ଏହି ଉଡ୍ଡୀୟମାନ ଖେଳାଳୀମାନଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଭବ୍ୟ ସ୍ୱାଗତ କରାଯାଇଛି । ଏମାନଙ୍କୁ ଦେଖିବା ପାଇଁ ବିମାନବନ୍ଦର ବାହାରେ ଦେଖିବାକୁ ମିଳିଛି ପ୍ରଶଂସକଙ୍କର ଲମ୍ବା ଲାଇନ ।
Delhi: Friends and family members of #Tokyo2020 bronze medalist wrestler Bajrang Punia gather outside Delhi airport to welcome him on his arrival from Japan pic.twitter.com/0HTTl7K7Dn
— ANI (@ANI) August 9, 2021
ତେବେ ଏମାନଙ୍କ ମଧ୍ୟରେ ହାସଲ କରି ଭାରତକୁ ଐତିହାସିକ ସ୍ୱର୍ଣ୍ଣ ପଦକ ଉପହାର ଦେଇଥିବା ଆଥଲେଟିକ ନୀରଜ ଚୋପ୍ରାଙ୍କୁ ଖୁବ ଜୋରରେ ଭିଡ ଜମିଥିଲା । ଜାପାନର ଟୋକିଓରୁ ସ୍ୱଦେଶ ଫେରିଛନ୍ତି ଥିବା ଏହି ଖେଳାଳୀମାନଙ୍କ ପାଇଁ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ହରିୟାଣା ଏବଂ ରୋପ୍ୟ ପଦକ ହାସଲକାରୀ ରବି ଦହିୟାଙ୍କ ଘରେ ମଧ୍ୟ ଖୁସିର ମାହୋଲ ଖେଳିଯାଇଛି । ସାରା ଗାଁ ଆଜି ବାଜା ଢୋଳରେ ପ୍ରକମ୍ପିତ ହେଉଛି । ସେପଟେ ନୀରଜ ଚୋପ୍ରାଙ୍କ ଗାଁ ଏବଂ ସହିତ ପାନିପତର ସମସ୍ତ ସ୍ଥାନରେ ଉତ୍ସବ ପାଳନ ହେଉଛି । ଦିଲ୍ଲୀ ଏୟାରପୋର୍ଟରେ ସେମାନଙ୍କ ସ୍ବାଗତ ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତି ତଥା ପ୍ରଶଂସକ ଉପସ୍ଥିତ ରହିଥିଲେ ।
Indian athletics team returns from #TokyoOlympics to Delhi. India finished the quadrennial event with their highest medal count (1 gold, 2 silver, 4 bronze)
Pic source: SAIMedia Twitter pic.twitter.com/YYpTxA6w6D
— ANI (@ANI) August 9, 2021