ପଦ୍ମପୁର : ଚାଲିଛି ପଦ୍ମପୁର ଭୋଟ ଗଣତି । ସପ୍ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୫ ହଜାର ୭ ଶହ ୬୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୩ ହଜାର ୯ ଶହ ୨୧ଖଣ୍ଡ ଭୋଟ ପାଇଛନ୍ତି । ଏଥି ସହ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୧୬୧ ଖଣ୍ଡ ଭୋଟ ପାଇଛନ୍ତି । ତେବେ ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୧,୮୪୪ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି ।
ତେବେ ସମୁଦାୟରେ ବିଜେଡି ୩୭ ହଜାର ୬ଶହ ୫୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୨୫ହଜାର ୧୦୩ ଖଣ୍ଡ ଭୋଟ ପାଇଛି । ଏବଂ କଂଗ୍ରେସ ୧ ହଜାର ୧୩୧ ଖଣ୍ଡ ଭୋଟ ପାଇଛି । ତେବେ ସମୁଦାୟରେ ସପ୍ତମ ରାଉଣ୍ଡ ରେ ୧୨ ହଜାର ୫୪୮ଭୋଟ ରେ ବିଜେଡି ଆଗୁଆ ରହିଛ।