ବିନା ଅନୁମତିରେ ବିଜ୍ଞପ୍ତି ଲଗାଇଲା ବିମଳ ପାନ ମସଲା କମ୍ପାନୀ : ତଣ୍ଡ ଗଣିଲା ୫ଲକ୍ଷ

0

ଭୁବନେଶ୍ୱର : ବିନା ଅନୁମତିରେ ବିମଲ ପାନ ମସଲା କମ୍ପାନୀ ତାର ପ୍ରଚାର ପ୍ରସାର ପାଇଁ ରାସ୍ତା ଉପରେ ବିଜ୍ଞାପନ ପାଇଁ ତୋରଣ କରିଥିଲା । ଯାହା ଫଳରେ ଏବେ ସେହି କମ୍ପାନୀକୁ ୫ଲକ୍ଷ ତଣ୍ଡ ଗଣିବାକୁ ପଡିବ । ଭୁବନେଶ୍ୱର ମହାନଗର ନିଗମ ଏହି ଜୋରିମାନା ଲଗାଇଛି । ଏହି କମ୍ପାନୀର ଅଫିସ ଭୁବନେଶ୍ୱର ଜୟଦେବ ବିହାରରେ ହୋଇଥିବାବେଳେ ବିନା ଅନୁମତିରେ ସହିଦନଗର ରାସ୍ତା ଉପରେ ବିଜ୍ଞାପନ ତୋରଣ କରିଥିଲା ।

ବିଏମସି ସ୍କାର୍ଡଙ୍କ ନଜରକୁ ଏହା ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କମ୍ପାନୀ ଗତ ୧୧ ତାରିଖରୁ ବିଜ୍ଞାପନ ତୋରଣ କରିଅଛି । ସଂପୃକ୍ତ କମ୍ପାନୀ ଉପରେ ୫ ଲକ୍ଷର ଜୋରିମାନା ଧାର୍ଯ୍ୟ କରାଯିବା ସହ ଥାନାରେ ମାମଲା ଦାୟର ହୋଇଛି । ବିଏମସିର ବିନା ଅନୁମତିରେ ପୋଷ୍ଟର, ବ୍ୟାନର ଲଗାଯିବା ଦଣ୍ଡନୀୟ ଅପରାଧ ହୋଇଥିଲେ ବି ସଂପୃକ୍ତ କମ୍ପାନୀ ବିଜ୍ଞାପନ ତୋରଣ କରିଥିବାରୁ ଏଭଳି ଜୋରିମାନା ଧାର୍ଯ୍ୟ ହୋଇଛି ।