ଅମୃତଭଣ୍ଡା ଏବଂ ଲେମ୍ବୁ ଏକାଠି ଖାଇଲେ ମିଳିଥାଏ ଅନେକ ଫାଇଦା

0

(ମମତା ସାମଲ)ରିପୋର୍ଟସଟୁଡେ: ଆପଣମାନେ ସମସ୍ତେ ଭଲ ଭାବେ ଜାଣନ୍ତି ଅମୃତଭଣ୍ଡା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯଦି ଲେମ୍ବୁ କଥା କହିବା ଏହା ଆପଣଙ୍କ ସ୍ୱାସ୍ଥ୍ୟଠୁ ଆରମ୍ଭ କରି ସୌନ୍ଦର୍ଯ୍ୟ ଯାଏଁ ସବୁର ଯତ୍ନ ନେଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ଦୁଇଟିକୁ ଏକାଠି ଖାଇବା ଦ୍ୱାରା ଆପଣଙ୍କୁ ଆଶ୍ଚର୍ଯ୍ୟଜନକ ଫଳ ମିଳିଥାଏ । ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ …
ଯଦି ଆପଣ ଅମୃତଭଣ୍ଡା ଉପରେ ଲେମ୍ବୁ ରସ ପକାଇ ସେବନ କରିବେ ତେବେ ଆପଣଙ୍କ କୋଷ୍ଠକାଠିନ୍ୟ ଏବଂ ପାଚନ କ୍ରିୟା ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଭିଟାମିନ୍ ଏ,ବି ଏବଂ ସି ତଥା ଫାଇବରରେ ଭରା ଅମୃତଭଣ୍ଡା ଏବଂ ଲେମ୍ବୁ ପେଟ,ଆଖି ଏବଂ ତ୍ବଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ବ୍ୟତୀତ ଫସଫରସ୍,ପୋଟାସିୟମ୍,ଆଇରନ୍,ଆଣ୍ଟିଅକ୍ସିଡାଣ୍ଟ,କାର୍ବୋହାଇଡ୍ରେଟ,ପ୍ରୋଟିନ୍,ସୋଡ଼ିୟମ ତଥା ଅନ୍ୟ ଖଣିଜ ଲବଣ ମଧ୍ୟ ଏଥିରେ ରହିଥାଏ। ଏହା ସୁସ୍ଥ ରହିବା ପାଇଁ ଆବଶ୍ୟକ ହୋଇଥାଏ।
ଆପଣ ଯଦି ଚାହିଁବେ ତେବେ ଅମୃତଭଣ୍ଡା ଏବଂ ଲେମ୍ବୁ ଜୁସ୍ ମଧ୍ୟ ପିଇ ପାରି‌ବେ। ମନେ ରଖନ୍ତୁ,ଅମୃତଭଣ୍ଡା ଜୁସକୁ ତୁରନ୍ତ ପିଇ ଦେବା ଉଚିତ୍ କାରଣ ଏହା ପରସ୍ତ ହୋଇ ଜମିଯାଇଥାଏ ଯେପରିକି ଦହି। ଯଦି ଆପଣ ଅମୃତଭଣ୍ଡା ଛୋଟ ଛୋଟ ଟୁକୁରା କରି ଗୋଲମରିଚ ପାଉଡର,ସୈନ୍ଧବ ଲବଣ ଏବଂ ଲେମ୍ବୁ ରସ ମିଶାଇ ପିଉଛନ୍ତି ତେବେ ଖାଦ୍ୟ ପ୍ରତି ଅରୁଚି ସମସ୍ୟା ଦୂର ହୋଇଥାଏ ଏବଂ ଖାଦ୍ୟ ସହଜରେ ହଜମ ହୋଇଯାଇଥାଏ। ଏଥିରେ ପପାଇନ୍ ନାମକ ଏନଜାଇମ୍ ରହିଥାଏ,ଯାହା ଖାଦ୍ୟକୁ ହଜମ କରାଇବାରେ ସହାୟକ ହୋଇଥାଏ। ଏହା ସହିତ ଏହା ଦ୍ବାରା ତରଳ ଝାଡ଼ା ଏବଂ ପରିସ୍ରା ସମସ୍ୟା ଦୂର ହୋଇଥାଏ।
ଅମୃତଭଣ୍ଡା ଏବଂ ଲେମ୍ବୁ ରସ ଲିଭର ସିରୋସିସ୍ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିପାଇଁ ଆପଣ ପ୍ରତିଦିନ ଦୁଇ ଚାମଚ ଅମୃତଭଣ୍ଡା ରସରେ ଅଧା ଚାମଚ ଲେମ୍ବୁ ରସ ମିଶାଇ ପିଅନ୍ତୁ। ନିୟମିତ ଭାବେ ସକାଳେ ଖାଲି ପେଟରେ ଲେମ୍ବୁ ରସ ସେବନ କରନ୍ତୁ। ଏହା ଦ୍ବାରା ଅଣ୍ଟାରେ ଅତିରିକ୍ତ ଚର୍ବି କମ୍ ହୋଇଥାଏ।