୨୦୨୬ ମସିହାରୁ ସିଂହବାହିନୀରେ କମା କରିବେ ପୀୟୂଷ

0

ରିପୋର୍ଟର୍ସ ଟୁଡେ;- ସିଂହବାହିନୀ ସହ ୫ବର୍ଷ ଚୁକ୍ତି କଲେ ପୀୟୂଷ । ଯାତ୍ରା କଳାକାର ପୀୟୂଷ  ତ୍ରିପାଠୀ ପୁଣି ଲୋକଙ୍କୁ ହସାଇବେ କନ୍ଦାଇବେ । ଚୁକ୍ତି ଅନୁଯାୟୀ ସିଂହବାହିନୀରେ କମା କରିବେ । ଦେହ ଅସୁସ୍ଥ ନେଇ ୧ ବର୍ଷ ବ୍ରେକ୍ ନେବେ । ଏହାପରେ ୪ବର୍ଷ କାମ କରିବେ ସିଂହବାହିନୀରେ । ୨୦୨୬ ମସିହାରୁ ପୁଣି ଫେରିବେ ପୀୟୂଷ  । ଯାତ୍ରା ଜଗତ ପରି ଗୋଟିଏ ବଡ ପରିବାରରେ ଅସନ୍ତୋଷ ରହିବା ସ୍ବଭାବିକ। ଚାପି ହୋଇ ରହିଥିବା ଅସନ୍ତୋଷ ଏବେ ବିସ୍ଫୋରକ ରୂପ ନେଇଛି। ଏହାକୁ ସମାଧାନ କରିବା ସମସ୍ତଙ୍କର ଦାୟିତ୍ବ ବୋଲି ସେ କହିଛନ୍ତି।ତେଣୁ ଟଙ୍କା ଓ ଗାଡି କାହିଁକି ଫେରାଇବି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ମାଲିକ ସଂଘ ବା ମାଲିକମାନେ ଚାହାନ୍ତି ପୀୟୂଷ ଶୀଘ୍ର କାମକୁ ଫେରି ଆସିବ। ଯାତ୍ରା ଜଗତରେ ଫମୁଁ’ ଶବ୍ଦ ଛାଡିବା ଲାଗି ସେ ଆହ୍ବାନ ଦେଇଛନ୍ତି।