(ଖଗେଶ୍ୱର ପିଙ୍ଗୁଆ) ପାଲଲହଡା: ଗତ କିଛି ତଳେ କେନ୍ଦୁଝରରେ ବିଦ୍ୟୁତ କାମ ଚାଲିଥିବା ବେଳେ ଜଣେ ଠିକା ବିଦ୍ୟୁତ ମ୍ୟାନ ପପୁନ ପାତ୍ର ୧୧ କେଭି ବିଦ୍ୟୁତ ସଂସ୍ପର୍ଷରେ ଆସି ଗୁରୁତର ଆହତ ହୋଇଥିଲେ । କିନ୍ତୁ ତାଙ୍କ ଚିକିତ୍ସା ପାଇଁ କିମ୍ବା ପରିବାର ପ୍ରତିପୋଷଣ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ କୌଣସି ସହାୟତା ଦିଆଯାଇନଥିଲା । ଏହାକୁ ନେଇ ରିପୋର୍ଟରସ୍ ଟୁଡେରେ ଖବର ପ୍ରକାଶ ପାଇଥିଲା । ଆଜି ପାଲଲହଡାର ବିଧାୟକ ମୁକେଶ ପାଳ ଖୁମାରସ୍ଥିତ ନର୍ସିଂହୋମରେ ପପୁନଙ୍କୁ ଦେଖିବାକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଓ ପପୁନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ବିଧାୟକ ଏହି ଅବସରରେ ପପୁନଙ୍କ ପରିବାକୁ କିଛି ଆଥିକ ସହଯୋଗ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।
ଏଥିସହ କହିଛନ୍ତି ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସହ ଯୋଗାଯୋଗ କରି ଏହାର ତଦନ୍ତ କରିବାକୁ ଅନୁରୋଧ କରିବେ ଓ