(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଅଳ୍ପ ଦିନ ବାକି ଥିବା ବେଳେ ବିଜେଡ଼ିର ଦଳୀୟ କନ୍ଧଳ ପଦାରେ ପଡ଼ିବାରେ ଲାଗିଛି । ଜଣେ ପରେ ଜଣ ନେତା ଓ କର୍ମୀ ଦଳ ଭିତ୍ତିକ କନ୍ଧଳ ହେଉ ନେଇ ଦଳରୁ ମୁହଁଫେରାଇ ନେଉଛନ୍ତି । ଟିକେଟ ପାଇଁ ଆଶା କରିଥିବା ପ୍ରାର୍ଥୀ ଟିକଟେନ ପାଇଁ ଦଳରୁ ହାତ ଛାଡ଼ୁଛନ୍ତି । ଦଳ ଛାଡ଼ିବା କ୍ରମରେ ସାମିଲ ହୋଇଛନ୍ତି ଆଉ ଜଣଙ୍କ ନାଁ ।
ଆଜି ଦଳ ଛାଡ଼ିଛନ୍ତି ପ୍ରବୀଣ । ମୋରଡ଼ା ବିଧାୟକ ପବୀଣ ଚନ୍ଦ୍ର ଭଂଜଦେଓ । ଦଳର ପ୍ରଥାମିକ ପଦ ସହ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଦଳରୁ ତାଙ୍କୁ ଅଣଦେଖା କରାଯାଉଥିବା ନେଇ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି ।