ଭୁବନେଶ୍ବର : ପ୍ରମିଳା ମଲ୍ଲିକ ହେଲେ ବିଜୁ ଜନତା ଦଳର ବାଚସ୍ପତି ପ୍ରାର୍ଥୀ। ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ଶାସକ ବିଜେଡି। ଆସନ୍ତାକାଲି ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରମିଳା ମଲ୍ଲିକ। ୨୨ ତାରିଖ ସକାଳ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।
୧୯୬୩ ମସିହା ମେ ୧୩ରେ ଜନ୍ମ ଗ୍ରହଣ କରିଥିବା ପ୍ରମିଳା ପ୍ରଥମଥର ଲାଗି ୧୯୯୦ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଞ୍ଝାରପୁର ଆସନରୁ ଜନତା ଦଳ ଟିକେଟରେ ବିଜୟୀ ହୋଇଥିଲେ ପ୍ରମିଳା । ଏହାପରେ ୨୦୦୦ ଓ ୨୦୦୪ରୁ ବିଜେଡି ଟିକେଟରେ ଆଜି ଯାଏଁ ସେ ବିଞ୍ଝାରପୁର ବିଧାନସଭା ଆସନରୁ ନିର୍ବାଚନ ଜିତି ଆସୁଛନ୍ତି ।
୨୦୦୪ରୁ ୨୦୦୯ ମସିହା ଯାଏ ଦୁଇଥର ପ୍ରମିଳା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ । ୨୦୦୯ରୁ ୨୦୧୧ ଯାଏ ବି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଦାୟିତ୍ୱ ତୁଲାଇ ଥିଲେ ପ୍ରମିଳା । ଏବେ ସେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଅଛନ୍ତି । କଲେଜ ଦିନରୁ ରାଜନୀତିରେ ସକ୍ରିୟ ପ୍ରମିଳାଙ୍କ ରାଜନୈତିକ ଜୀବନ ବେଶ୍ ରୋଚକ ।