ନୂଆଦିଲ୍ଲୀ: ଏବେ ପ୍ରଧାନମନ୍ତ୍ରୀଙ୍କ ଠାରୁ ସିଧା ସଳଖ ବିଭିନ୍ନ ପ୍ରକାର ସୂଚନା ପାଇପାରିବେ ହ୍ବାଟ୍ସଆପ୍ ବ୍ୟବହାରକାରୀ । ହ୍ୱାଟ୍ସଆପ ଚାନେଲରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ମଙ୍ଗଳବାର ଦିନ ପ୍ରଥମ ଥର ପାଇଁ ହ୍ୱାଟ୍ସଆପ ଚାନେଲରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏଥିରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନର ଫଟୋକୁ ପୋଷ୍ଟ କରିବା ସହ ତାଙ୍କର ବାର୍ତ୍ତା ରଖିଛନ୍ତି ।ସେ କହିଛନ୍ତି ଯେ ଯୋଗାଯୋଗକୁ ଆହୁରି ନିକଟତର କରିବା ଲାଗି ଏହା ଆଉ ଏକ ପଦକ୍ଷେପ। ଏହି ସୋସିଆଲ ମିଡିଆରେ ଯୋଗ ଦେଇ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି । ଗତ ସେପ୍ଟେମ୍ବର ୧୩ ତାରିଖରେ ମେଟା ପକ୍ଷରୁ ଭାରତରେ ହ୍ବାଟ୍ସଆପ୍ ଚାନେଲର ଶୁଭାରମ୍ଭ କରାଯାଇଥିଲା। ହ୍ବାଟ୍ସଆପ୍ ଚାନେଲ ୱାନ ୱେ (ଏକପାଖିଆ) ଯୋଗାଯୋଗ ମାଧ୍ୟମ। ଏହା ମାଧ୍ୟମରେ ଜଣେ କୌଣସି ବ୍ୟକ୍ତି ଓ ସଂଗଠନଠାରୁ ତଥ୍ୟ ପାଇପାରିବ।