ଖରାପ ପାଣିପାଗ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସିକ୍କିମ୍‌ ଗସ୍ତ ବାତିଲ ହୋଇଛି

0

ନୂଆଦିଲ୍ଲୀ-: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସିକ୍କିମ୍‌ ଗସ୍ତ ବାତିଲ ହୋଇଛି । ଖରାପ ପାଣିପାଗ ଯୋଗୁ ସିକ୍କିମ୍‌ ଗସ୍ତ ବାତିଲ କରାଯାଇଥିଲା । ଫଳରେ ପ୍ରଧାନମନ୍ତ୍ରୀ ସିଲିଗୁଡ଼ି ବାଗଡୋଗରା ବିମାନବନ୍ଦରରୁ ଭିଡିଓ କନଫରେନ୍‌ସିଂ ଜରିଆରେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।ସୂଚନାଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି  ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକ୍ ଗସ୍ତରେ ଯିବାର ଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଗ୍ୟାଙ୍ଗଟକର ପାଲଜୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତେ କିନ୍ତୁ ଖରାପ ପାଗ ଯୋଗୁଁଏହି ଗସ୍ତ ବାତିଲ ହୋଇଥିଲା । ସିକ୍କିମ ଭାରତରେ ମିଶିବାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।