ମହାପ୍ରଭୁଙ୍କୁ ୩ଟି ସୁନାର ଜିଭ ଛେଲା ଦାନ

0

ଗୋପ/ଜୟନ୍ତ କୁମାର ସେଠୀ: ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୩ ଗୋଟି ସୁବର୍ଣ୍ଣ ଜିଭି (ସୁନାର ଜିଭ ଛେଲା) ଦାନ କରିଛନ୍ତି ଜଣେ ବ୍ୟକ୍ତି । ଶ୍ରୀମନ୍ଦିର ମୁଖ୍ୟ କାର୍ୟ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ, ଅନ୍ୟ ପ୍ରଶାସକ ଏବଂ ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ଭୁବନେଶ୍ଵରର ପଦ୍ମଚରଣ ପାତ୍ର ଏହି ଦାନ କରିଛନ୍ତି । ୩ ଗୋଟି ସୁବର୍ଣ୍ଣ ଜିଭିରେ ସମୁଦାୟ ୨୦ ଗ୍ରାମ ୩୩୦ ମିଲିଗ୍ରାମ ସୁନା ବ୍ୟବହାର ହୋଇଛି । ପ୍ରତିଦିନ ମହାପ୍ରଭୁଙ୍କ ଅବକାଶ ନୀତି ସମୟରେ ସୁବର୍ଣ୍ଣ ଜିଭଛେଲା ବ୍ୟବହାର ହୋଇଥାଏ । ପୂର୍ବରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀ ପାତ୍ର ୩ ହଳ ସୁବର୍ଣ୍ଣ ସୂର୍ୟ୍ୟ-ଚନ୍ଦ୍ର ଦାନ କରିଥିଲେ ।