ଆଜିଙ୍କ୍ୟ ରାହାଣେଙ୍କୁ ୧୨ ଲକ୍ଷ ଟଙ୍କାର ଜୋରିମନା

0

(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: ମୁମ୍ୱାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ଜୋରିମାନା ପରେ ଏବେ ଆଇପିଏଲ୍ ଗଭର୍ଣ୍ଣିଂ କାଉଂସିଲ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଉପରେ ମଧ୍ୟ ୧୨ ଲକ୍ଷ ଟଙ୍କା ଜୋରିମାନା ଲଗାଇଛନ୍ତି । ଚେନ୍ନାଇ ସୁପରକିଙ୍ଗ ବିପକ୍ଷରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଓଭର ସାରିନଥିବା କାରଣରୁ ରାହାଣେଙ୍କ ଉପରେ ଏହି ଜୋରିମାନା ଲଗାଯାଇଥିବା ଜଣାପଡିଛି ।
ଚଳିତ ସିଜିନରେ ରାଜସ୍ଥାନ ରୟାଲ୍ସର ପ୍ରଥମ ଅପରାଧ । ଏହି କାରଣରୁ ରାଜସ୍ଥାନର ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଉପରେ ଆଇପିଏଲ୍ର କୋଡ୍ ଅଫ୍ କଣ୍ଡକ୍ଟ ଅନୁଯାୟୀ ୧୨ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି । ଜୋରିମାନା ଦେବାରେ ଆଜିଙ୍କ୍ୟ ରାହାଣେ ଚଳିତ ସିଜିନର ଦ୍ୱିତୀୟ ଅଧିନାୟକ ।