ଧୁମ୍ ଧାମରେ ପାଳନ ହେଲା ରାମ ନବମୀ , ଜୟ ଶ୍ରୀରାମ ନାରାରେ କମ୍ପିଲା କେସିଙ୍ଗା ସହର

0

କଳାହାଣ୍ଡି / ଜନକ ପୋଡ଼: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ମହାଆଡମ୍ବରରେ ପାଳିତ ହୋଇ ଯାଇଛି ରାମ ନବମୀ। ଉତ୍ସବ ମୁଖର ହୋଇଉଠି ଥିଲା ସାରା ସହର। ଏକ ଭକ୍ତି ମୟ ପରିବେଶ ରେ ସକାଳ ସମୟରୁ ସ୍ଥାନୀୟ ମା ଅମ୍ବେ ମନ୍ଦିରରୁ ଏକ ବିରାଟ ବାଇକ୍ ରେଲୀରେ ଶହ ଶହ ଶ୍ରଦ୍ଧାଳୁ ସହର ପରିକ୍ରମା କରି ସ୍ଥାନୀୟ ଗୋଶାଳା ପର୍ୟ୍ୟନ୍ତ ଯାଇଥିଲେ । ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଏକ ବିରାଟ ଶୋଭା ଯାତ୍ରା ନଗର ପରିକ୍ରମା କରିଥିଲା ।ଏହି ଶୋଭା ଯାତ୍ରାରେ ହଜାର ହଜାର ସଂଖ୍ୟାରେ ରାମ ଭକ୍ତ ଅଂଶ ଗ୍ରହଣ କରିଥିଲେ ।ପରେ ଭବ୍ୟ ରଥ ସହର ପରିକ୍ରମା ଶେଷ କରି ସ୍ଥାନୀୟ କେସିଙ୍ଗା ଅମ୍ବାଯି ମନ୍ଦିରରେ ପହଞ୍ଚି ଥିଲା ।ପରେ ରାମ ନବମୀ କମିଟି ପକ୍ଷରୁ ସାମୁହିକ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇ ଥିଲା।ଗ୍ରୀଷ୍ମ ପ୍ରବାହ କୁ ଆଖି ଆଗରେ ରଖି ରାମ ଭକ୍ତଙ୍କ ପାଇଁ ସହରର ବିଭିନ୍ନ ଛକ ଗୁଡ଼ିକରେ ଭିନ୍ନ ଭିନ୍ନ ସଂଗଠନ ତରଫରୁ ରାମ ଭକ୍ତ ମାନଙ୍କ ପାଇଁ ମୃଦୁ ପାନୀୟ ବ୍ୟବସ୍ଥା କରାଯାଇଥିଲା । ଆକର୍ଷଣୀୟ ଡିଯେ ସହିତ ଜୟ ଶ୍ରୀରାମ ନରା ରେ ରାମ ଭକ୍ତଙ୍କ ନୃତ୍ୟ ସହର ମଧ୍ୟରେ ଏକ ଭକ୍ତି ମୟ ପରିବେଶ ସୃଷ୍ଟି କରିଥିଲା ।