ସ୍ୱାମୀ ସହମତିରେ ସ୍ତ୍ରୀକୁ ଦୁଷ୍କର୍ମ

0

(ପ୍ରିୟଦର୍ଶନୀ ସ୍ୱାଇଁ): ସ୍ୱାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ । ପ୍ରତିବାଦ ସ୍ଥାନରେ ସ୍ୱାମୀ କଲେ ଭିଡ଼ିଓ ରେକଡ଼ିଂ । ଦଶ ଦୋଷ କ୍ଷମା କରିବାର ପ୍ରତିଶୃତି ବଦଳେ ସାଙ୍ଗକୁ ଭେଟି ଦେଲା ରାକ୍ଷସ ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେଉଁଝର ଜିଲ୍ଲା ଆନନ୍ଦପୁରରେ । ମହିଳାକୁ ଏକ ନିଛାଟିଆ ସ୍ଥାନକୁ ଡ଼ାକିନେଇ ସ୍ୱାମୀ ଆଗରେ ଦୁଷ୍କର୍ମ କଲା ଖୋଦ ସ୍ୱାମୀର ସାଙ୍ଗ । ଉକ୍ତ ସମୟରେ ସ୍ୱାମୀ ଜଣକ ପ୍ରତିବାଦ ନକରି ମୋବାଇଲରେ ସୁଟିଂ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏନେଇ ଘସିପୁରା ଥାନାରେ ମହିଳା ଜଣକ ଅଭିଯୋଗ କରିଛନ୍ତି । ପୋଲିସ ମହିଳାଙ୍କ ସ୍ୱାମୀ ଓ ତା ଅଭିଯୁକ୍ତ ବନ୍ଧୁକୁ ଗିରଫ କରି ଅଟକ ରଖିଛି ।