ରିପୋର୍ଟର୍ସ ଟୁଡେ ବ୍ୟୁରୋ; ରୋହିତ ଶର୍ମା ଏବଂ ବିରାଟଙ୍କୁ ସମ୍ମାନ ଜଣାଇଲା ICC । ଏବେ କିଛିଦିନ ତଳେ କ୍ରିକେଟରୁ ଅବସର ନେଇଛନ୍ତି ଏହି ଦୁଇ କ୍ରିକେଟର କିମ୍ବଦନ୍ତୀ । ତେବେ ଉଭୟଙ୍କ କୀର୍ତ୍ତିମାନକୁ ସମ୍ମାନ ଜଣାଇଛି ICC । ନିକ ଏକ୍ସ ଆକାଉଣ୍ଟର ୱାଲପେପର ପରିବର୍ତ୍ତନ କରି ସେମାନେ ଏକାଠି ଖେଳିଥିବା ମ୍ୟାଚର ଫଟୋକୁ ସ୍ଥାନ ମିଳିଛି ।
ତେବେ ବିରାଟ ଏବଂ ରୋହିତଙ୍କ ହଠାତ୍ ଅବସର ଘୋଷାଣକୁ ନେଇ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ପୂର୍ବରୁ ଟି-୨୦ରୁ ଅବସର ଘୋଷଣା କରିଥିବାବେଳେ ଏବେ କେବଳ ଦିନିକିଆରେ ଉଭୟ ନଜର ଆସିବେ ।