(ମମତା ସାମଲ)ରିପୋର୍ଟସଟୁଡେ: ଲାଞ୍ଚ ମାଗିବା ମହଙ୍ଗା ପଡ଼ିଲା । ଲାଞ୍ଚ ମାଗିବା ଅଭିଯୋଗରେ ବହିଷ୍କୃତ ହେଲେ ବିଦ୍ୟାଳୟ ଅଧ୍ୟକ୍ଷ ଓ ପିଇଟି ।
ସୂଚନାନୁସାରେ, ସୁନ୍ଦରଗଡ଼ ଜିଲ୍ଲା ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ପାଚିକା ଚାକିରୀ ପାଇଁ ନଭେମ୍ବର ୨୮ ତାରିଖରେ ଜଣେ ମହିଳାଙ୍କ ଠାରୁ ୬୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଅଧ୍ୟକ୍ଷ ଓ ପିଇଟି ଶିକ୍ଷକ । ମହିଳାଜଣକ ବହୁ କାକୁତିମିନତି ହୋଇଥିଲେ । ଏହାପରେ ସ୍କୁଲ ଅଧ୍ୟକ୍ଷ ଓ ପିଇଟି ଶିକ୍ଷକ ଲାଞ୍ଚ ମାଗିବା ନେଇ ମହିଳାଜଣକ ନିରୁପାୟ ହୋଇ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ହୋଇଛି କାର୍ୟ୍ୟାନୁଷ୍ଠାନ । ଓଡ଼ିଶା ମଡେଲ ଟ୍ରାଇବାଲ ଏଜୁକେସନ ସୋସାଇଟି ସଚିବ ସ୍କୁଲ ଅଧ୍ୟକ୍ଷ ବିଜୟ ବଡ଼ାଇକ ଓ ପିଇଟି ଅମର ଅନନ୍ତ ପଟ୍ଟନାୟକଙ୍କୁ ବହିଷ୍କୃତ କରିଛନ୍ତି ।