ଯୋଡା ମହୋତ୍ସବ ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ

0

କେନ୍ଦୁଝର : ଯୋଡା ପୌରପାଳିକା ରେ ହେବାକୁ ଥିବା ଯୋଡା ମହୋତ୍ସବ ପାଳନ ଲାଗି ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋଡା ପୌରପାଳିକା ଗୃହରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଉପସ୍ଥିତିରେ କମିଟିର ସଂଯୋଜକ ସୁଶାନ୍ତ କୁମାର ବାରିକ ମହୋôସବର ରୂପରେଖ ପ୍ରସ୍ତୁତ ଉପରେ ଆଲୋଚନା କରାଯାଇଥିଲା । ଆସନ୍ତା ୨୦୨୩ ଜାନୁୟାରୀ ୨୦ ତାରିଖ ଠାରୁ ୨୨ ତାରିଖ ତିନିଦିନ ପର‌୍ୟ୍ୟନ୍ତ ତିନି ଦିନ ବ୍ୟାପୀ ଯୋଡା ମହୋôସବ ହେବା ନେଇ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଯୋଡା ଧରଣୀଧର ଛକ ଠାରୁ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ପରିକ୍ରମା କରି ଯୋଡା କେନ୍ଦ୍ରୀୟ ଖେଳପଡିଆ ଠାରେ ମୁକ୍ତକାଶ ରଙ୍ଗମଞ୍ଚ ଜରିଆରେ କାର‌୍ୟ୍ୟକ୍ରମ ଉଦଘାଟନ ହେବା ନେଇ ଖସଡା ପ୍ରସ୍ତୁତ ହୋଇଥିଲା । ଚଳିତ ମହୋôସବରେ ଅତ୍ୟାଧୁନିକ ଷ୍ଟେଜ,ତୋରଣ,ଅତ୍ୟାଧୁନିକ ଆଲୋକ ସଜ୍ଜା,ଏଲଇଡି ସ୍କ୍ରିନ ଦର୍ଶକ ମାନଙ୍କର ମୁଖ୍ୟ ଆକର୍ଷଣ ହେବ । ପ୍ରତ୍ୟେକ ସନ୍ଧ୍ୟାରେ ପାରମ୍ପରିକ ନୃତ୍ୟ,ସଙ୍ଗୀତ,ଲୋକନୃତ୍ୟ ସହିତ ନାମିଦାମୀ ସଙ୍ଗୀତ କଣ୍ଠଶିଳ୍ପୀ,ଓଲିଉଡ କଳାକାର ମାନଙ୍କୁ ନେଇ ଆକର୍ଷଣୀୟ କାର‌୍ୟ୍ୟକ୍ରମ ପରିବେଷଣ କରାଯିବ ।

ଚଳିତବର୍ଷ ମହୋôସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଜିଲ୍ଲା ତଥା ରାଜ୍ୟର ଲୋକନୃତ୍ୟ ଦଳକୁ ସାଂସ୍କୃତିକ କାର‌୍ୟ୍ୟକ୍ରମରେ ସାମିଲ କରାଯିବା ସହିତ ବିଭିନ୍ନ ନୂତନ କାର‌୍ୟ୍ୟକ୍ରମ ମାନ କରାଯିବାକୁ ବୈଠକରେ ସିଦ୍ଧାନ୍ତ ନିଆଯାଇଛି । ଏହା ବ୍ୟତୀତ କମିଟି ପକ୍ଷରୁ ପ୍ରତିଭା ଅନ୍ୱେଷଣ ପାଇଁ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ମହୋôସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଆଗକୁ ହେବାକୁ ଥିବା ମହୋତ୍ସବ ନିମନ୍ତେ ବିଭିନ୍ନ କମିଟି ମାନ ଗଠନ କରାଯାଇ ସଦସ୍ୟ ମାନଙ୍କୁ ଦାୟିତ୍ଵ ଦିଆଯାଇଛି, ସମସ୍ତ ସଦସ୍ୟ ବିଭିନ୍ନ ଦାୟିତ୍ଵ ରେ ରହି ମହୋତ୍ସବ ନିମନ୍ତେ ନିଜର କାର‌୍ୟ୍ୟ ସମ୍ପାଦନ କରିବେ,କିପରି ସୁରୁଖୁରୁରେ ଯାକଜମକରେ ମହୋତ୍ସବ ପାଳନ ହୋଇ ପାରିବ ସେଥି ନିମନ୍ତେ କମିଟି ଆଲୋଚନା କରିଥିଲା, ତେବେ ଏହି ବୈଠକରେ ମହୋôସବ କମିଟି ସଦସ୍ୟ,ସାମ୍ବାଦିକ,ବରିଷ୍ଠ ନାଗରିକ,ବିଭିନ୍ନ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ରହିଥିବାର ଦେଖାଯାଇଥିଲା ।