(ଶ୍ରୀଲଙ୍କା) : ଶ୍ରୀଲଙ୍କା ଦେଶରେ ଏମର୍ଜେନ୍ସି ଲାଗି ହୋଇଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ନିଜର ଇସ୍ତଫା ପତ୍ର ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ଦେଇଛନ୍ତି ।
ଶ୍ରୀଲଙ୍କାରେ ଏମର୍ଜେନ୍ସି ଭିତରେ ଏବେ ରାଜନୈତିକ ଅସନ୍ତୋଷ ସୃଷ୍ଟି ହୋଇ ଯାଇଛି। ପ୍ରଧାନମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ସୂଚନାନୁଯାୟୀ , ମହିନ୍ଦା ରାଜପକ୍ଷେଙ୍କ ପରେ ତାଙ୍କର ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟମନ୍ତ୍ରୀ ରହିଥିବା ପ୍ରଫେସର ଚନ୍ନା ଜୟସୁମନା ମଧ୍ୟ ରାଷ୍ଟ୍ରପତିଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଏହି ଦେଶରେ ଆର୍ଥିକ ସଙ୍କଟକୁ ନେଇ ବିରୋଧ ପ୍ରଦର୍ଶନ ବେଳେ ହୋଇଥିବା ହିଂସାକାଣ୍ଡ ପରେ ଦେଇଛନ୍ତି । ସୋମବାର ରାଜଧାନୀ କଲମ୍ୱୋରେ ଆର୍ଥିକ ସଙ୍କଟକୁ ନେଇ ବିରୋଧ ପ୍ରଦର୍ଶନ ବେଳେ ହିଂସାକାଣ୍ଡ ଉପୁଜିଥିଲା ।