ମେଗା ରକ୍ତଦାନ ଶିବିର,ସାମିଲ ହେଲେ ପୋଲିସ ପବ୍ଲିକ

0

(ବଲାଙ୍ଗୀର / ମଧୂସୁଦନ ବହିଦାର) : ଆଜି ବଲାଙ୍ଗୀର ପୋଲିସ ଦ୍ୱାରା ଟାଉନ ଥାନା ପରିସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏସ ପି-ଏମ ସନ୍ଦୀପ ସମ୍ପଦ। ଏଥିରେ ବହୁତ ପୋଲିସ କର୍ମୀ ସମେତ, ସ୍କୁଲ, କଲେଜ, ସ୍ୱେଚ୍ଛାସେବୀ ସଂଗଠନ ଓ ସନ୍ନି ସଦର ମସଜିଦର ସଦସ୍ୟ ମାନେ ଯୋଗ ଦେଇ ରକ୍ତଦାନ କରିଥିଲେ। ମୂଳ ଲକ୍ଷ୍ୟ ହେଲା ସମାଜରେ ଯେମିତି କୌଣସି ବ୍ୟକ୍ତି ରକ୍ତ ନପାଇ ମୃତ୍ୟୁ ମୁଖରେ ନପଡନ୍ତୁ। ବଲାଙ୍ଗୀର ରେଡ଼କ୍ରସ ବ୍ଲଡ଼ବ୍ୟାଙ୍କ ସହଯୋଗରେ ମୋଟ୧୫୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ବଲାଙ୍ଗୀର ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ତାଙ୍କର ବହୁ ମୂଲ୍ୟ ରକ୍ତଦାନ କରି ଖୁସି ଅନୁଭବ କରିଥିଲେ।ବଲାଙ୍ଗୀର ପୋଲିସ ଫାଣ୍ଡି ମୋ ସରକାରରେ ସାମିଲ ହେଲାପରେ ଏହା ହେଉଛି ରକ୍ତଦାନର ପ୍ରଥମ ପଦକ୍ଷେପ।