(ଭୁବନେଶ୍ୱର) : ଗତକାଲି ପହିଲି ରଜରେ ବି କଲବଲ କଲା ଅସହ୍ୟ ତାତି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ । ଆଜି ୪୦ ଡିଗ୍ରୀ ଉପରେ ୧୩ଟି ସହର ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରେ ଏନେଇ ସୂଚନା ଦିଆଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୁଲେଟିନ୍ ଅନୁସାରେ ବାଲେଶ୍ୱରରେ ୩୬.୦ ଡିଗ୍ରୀ, ଚାନ୍ଦବାଲିରେ ୩୭.୮ ଡିଗ୍ରୀ, କଟକରେ ୩୮.୪ ଡିଗ୍ରୀ, ପାରାଦୀପରେ ୩୩.୯ ଡିଗ୍ରୀ, ଭୁବନେଶ୍ୱରରେ ୩୮.୦ ଡିଗ୍ରୀ, ଗୋପାଳପୁରରେ ୩୪.୮ ଡିଗ୍ରୀ, ପୁରୀରେ ୩୪.୦ ଡିଗ୍ରୀ, ଅନୁଗୋଳରେ ୪୩.୦ ଡିଗ୍ରୀ, ବାରିପଦାରେ ୪୦.୬ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୫ ଡିଗ୍ରୀ ଓ କେନ୍ଦୁଝରର ତାପମାତ୍ର ୩୮.୪ ଡିଗ୍ରୀ ରେକର୍ଡ କରାଯାଇଛି।
ଅନ୍ୟପଟେ ସୂଚନାନୁଯାୟୀ , ତେବେ ଆସନ୍ତା ୫ଦିନ ଯାଏ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବର୍ଷା ସହ ଘଡଘଡି ଓ ଜୋର୍ରେ ପବନ ବି ବହିବ ବୋଲି ଆଇଏମ୍ଡି ସୂଚନା ଦେଇଛି । ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ବୁଧବାରଠାରୁ ରାଜ୍ୟରେ ତାପମାତ୍ରା କମିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇଥିବାରୁ ଏଠାରେ ତାପମାତ୍ରା ଯଥେଷ୍ଟ କମିଯିବ । ବାକି ଅଞ୍ଚଳରେ ବି ତାତି ରହିବନି । ଆସନ୍ତା ୨ରୁ ୩ ଦିନ ଭିତରେ ମୌସୁମୀ ଆସି ପହଞ୍ଚିଲେ ବି ବିଶେଷ ବର୍ଷା ନାହିଁ ବୋଲି ସେ କହିଛନ୍ତି । ବୁଧବାରଠାରୁ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି ଓ ଗଞ୍ଜାମରେ ବର୍ଷା ସମ୍ଭାବନା ରହିଛି ।