ନୂଆଦିଲ୍ଲୀ-: ଶ୍ରୀଲଙ୍କାର ଅଭିଜ୍ଞ କ୍ରିକେଟର ଆଞ୍ଜେଲୋ ମାଥ୍ୟୁସ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଶୁକ୍ରବାର ଏକ ବିବୃତିରେ ୩୭ ବର୍ଷୀୟ ମାଥ୍ୟୁସ୍ ନିଶ୍ଚିତ କରିଛନ୍ତି ଯେ ଜୁନ ମାସରେ ଗାଲେ ଆନ୍ତର୍ଜାତୀୟ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ମ୍ୟାଚ ତାଙ୍କର ଦୀର୍ଘତମ ଫର୍ମାଟରେ ଶେଷ ମ୍ୟାଚ ହେବ । ଆସନ୍ତା ଜୁନ୍ରେ ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିବା ପରେ ଟେଷ୍ଟରୁ ଷ୍ଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି ୩୭ ବର୍ଷୀୟ ଆଞ୍ଜେଲୋ ମ୍ୟାଥୁସ୍ । ଶ୍ରୀଲଙ୍କା ଟେଷ୍ଟ ଦଳରେ ଯୁବ ଖେଳାଳିଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ଦେବା ନିମନ୍ତେ ଏହି ନିଷ୍ପତି ନେଇଥିବା ମ୍ୟାଥୁସ୍ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି ।
ଶ୍ରୀଲଙ୍କା କ୍ରିକେଟ ଦଳ ତରଫରୁ ଟେଷ୍ଟ ଫର୍ମାଟ୍ରେ ଖେଳିବା ତାଙ୍କ ନିମନ୍ତେ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ମ୍ୟାଥୁସ୍ ଦର୍ଶାଇଛନ୍ତି । ନିଜ ଭବିଷ୍ୟତ ସମ୍ପର୍କରେ ସେ ଶ୍ରୀଲଙ୍କା କ୍ରିକେଟ ଦଳର ମନୋନୟନକ କାରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି । ଶ୍ରୀଲଙ୍କା ଦଳ ତରଫରୁ ୨୦୦୯ରେ ମ୍ୟାଥୁସ୍ ପଦାର୍ପଣ କରିଥିଲେ। ସେ ବର୍ତ୍ତମାନ ସୁଦ୍ଧା ୧୧୮ଟି ଟେଷ୍ଟ ମ୍ୟାଚ୍ ଖେଳି ୮୧୬୭ ରନ୍ ସଂଗ୍ରହ କରିଛନ୍ତି ।
ତେବେ, ମାଥ୍ୟୁସ୍ ହ୍ୱାଇଟ-ବଲ ଫର୍ମାଟରେ ନିର୍ବାଚନ ପାଇଁ ନିଜକୁ ଉପଲବ୍ଧ ରଖିଛନ୍ତି। ୨୦୦୮ରେ ହାରାରେ ଜିମ୍ବାବୱେ ବିପକ୍ଷରେ ତାଙ୍କର ଓଡିଆଇ ଡେବ୍ୟୁ ହୋଇଥିଲା, ଯାହା ଆଜକୁ ୧୭ ବର୍ଷ ହେଲା।