(ଦିବ୍ୟକାନ୍ତ ବେହେରା / ଚିଲିକା ) : ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ । ଏଥିରେ ଜଣେ ଆହତ ହେବା ସହ ଥାନା ଘେରାଉ ମଧ୍ୟ କରାଯାଇଛି । ଏପରି ଘଟଣା ଘଟିଛି ଚିଲିକା ସ୍ଥିତ ବାଲୁଗାଁ ରେ ।
ଗତ କିଛି ଦିନ ତଳେ ବାଲୁଗାଁ ଥାନା ଅନ୍ତର୍ଗତ ନିମାଇମଲ ସ୍ଥିତ ଠାକୁରାଣି ମନ୍ଦିରକୁ ଭୋଜି କରିବା ପାଇଁ ବାଲୁଗାଁ କୁଲାକୁଣ୍ଡେଇ ନୂଆଗାଁର କିଛି ଯୁବକ ଯାଇଥିଲେ। ସେଠାରେ ଉକ୍ତ ଯୁବକମାନେ ନିସାଖୋର ଅବସ୍ଥାରେ ମନ୍ଦିର ର ପୂଜାରିଙ୍କ ସହ ବଚସା ହେବା ସହ ହାତାହାତି ହୋଇଥିଲେ । ଉକ୍ତ ଘଟଣାକୁ କେନ୍ଦ୍ରକରି ଆଜି ସକାଳେ ନିମାଇମଲ ଗ୍ରାମର ଜଗବନ୍ଧୁ ବେହେରାଙ୍କ ପୁଅ ରାକେଶ ବେହେରା ବ୍ୟକ୍ତିଗତ କାମ ପାଇଁ ବାଲୁଗାଁ ଆସିଥିବାବେଳେ କୁଲାକୁଣ୍ଡେଇ ନୁଆଗାଁର କିଛି ଯୁବକ ସଙ୍ଘବଦ୍ଧ ଭାବେ ମୁହଁରେ କପଡା ପକାଇ ଅନ୍ୟତ୍ର ନେଇ ମାରଣାନ୍ତକ ଆକ୍ରମଣ କରିଥିଲେ। ଘଟଣାର ଖବର ପାଇ ବାଲୁଗାଁ ପୋଲିସ୍ ଆହାତ ରାକେଶଙ୍କୁ ରକ୍ତାତ ଅବସ୍ଥାରେ ଉଦ୍ଧାରକରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲା । ସଙ୍ଗେ ସଙ୍ଗେ ଡାକ୍ତର ରମେଶଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କାରିଥିଲେ। ରାକେଶଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ବୋଲି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ ।