କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର । ଆଟେଣ୍ଡାଣ୍ଟଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କଲା ପୋଲିସ । ମୃତକ ଙ୍କ ନାଁ ହେଉଛି ପ୍ରଭାତ ମହାନ୍ତି । କ୍ୟାପିଟାଲ ହସ୍ପିଟାଲ ର ଏକ୍ସରେ ବିଭାଗର ଆଟେଣ୍ଡାଣ୍ଟ ଭାବରେ କାମ କରନ୍ତି ପ୍ରଭାତ । ସୂଚନା ଯୋଗ୍ୟ ଯେ, ଗତକାଲି ତାଙ୍କର ରାତି ଡ୍ୟୁଟି ଥିଲା । ତେବେ ପ୍ରଭାତ କାହିଁକି ଏଭଳି ଚରମ ନିଷ୍ପତି ନେଲେ ତାର କାରଣ ଅସ୍ପଷ୍ଟ ରହିଛି । ଆଜି ମୃତକ ପ୍ରଭାତଙ୍କର ଶବ ବ୍ୟବଛେଦ ହେବ ବୋଲି ସୂଚନା ମିଳିଛି ।