ଟ୍ରକ ପଛକୁ ପିଟିଲା ରିଲିୟନ୍ସ ବସ , ଅଳ୍ପକେ ବର୍ତିଲେ ୪୦ଜଣ ଯାତ୍ରୀ

0

ଟାଙ୍ଗୀ : 16 ନମ୍ବର ଜାତୀୟ ରାଜପଥ  ହରିକୁଣ୍ଡ ବରଡି ଛକ ଠାରେ ଘଟିଛି ଦୁର୍ଘଟଣା । ଟ୍ରକ ପଛକୁ ପିଟିଲା ରିଲାଏନ୍ସ ବସ  ।  ଅଳ୍ପକେ ବର୍ତିଲେ ୪୦ଜଣ ଯାତ୍ରୀ । ୨ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଥିବା ବେଳେ , ହେଲପର ଗୁରୁତର ଆହତ ହୋଇଛି । ଘଟଣା ସ୍ଥଳରେ ନାଚୁଣି ପୋଲିସ ପହଞ୍ଚି ଆହତ ବ୍ୟକ୍ତି ମାନଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ମାଲକାନାଗିରିରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ରିଲାଏନ୍ସ ବସ୍  ଏକ ଟ୍ରକକୁ ଓଭରଟେକ କରି ଆଗକୁ ଯାଉଥିବା ବେଳେ । ହଠାତ ବରଡି ଛକ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଛି । ମିଳିଥିବା ସୂଚନା ଅନୁସାରେ  ରାସ୍ତାର ଗୋଟିଏ ପାର୍ଶ୍ଵରେ ଉଭୟ ଟ୍ରକ ଏବଂ ବସ୍ ଚାଲୁଥୁବା ଅବସ୍ଥାରେ ଟ୍ରକ ପଛକୁ ଧକ୍କା ଦେଇଥିଲା ବସ୍। ତେବେ ଘଟଣା ସ୍ଥଳରୁ  ସମସ୍ତ ଯାତ୍ରୀଙ୍କୁ ପୋଲିସ ଉଦ୍ଧାର କରି ଅନ୍ୟ ଏକ ବସରେ ଛାଡିଥିବା ବେଳେ । ଆହତ ବ୍ୟକତିମାନଙ୍କୁ ବାଲୁଗାଁ ଡାକ୍ତର ଖାନାକୁ ଚିକିତ୍ସା ନିମନ୍ତେ ପୋଲିସ ପଠାଇଛି ।