ଭୁବନେଶ୍ୱର : ଏକା ନୁହେଁ ଠକ ସତ୍ୟଜିତ | ଡିଭୋର୍ସ ଲେଡିଙ୍କୁ ପ୍ରେମ ଜାଲରେ ପସାଇ ଠକିବା ସିଣ୍ଡିକେଟରେ ସହଯୋଗ କରୁଥିଲେ ସାନଭାଇ | ଏବଂ ଆଉ ଜଣେ ରହସ୍ୟମୟୀ | ଦାମୀ କାର ବୁକିଂ ପାଇଁ ଜଣେ ଡିଲରଙ୍କ ସହ ଟଙ୍କା କାର ବାର ପୋଲିସ ର ସନ୍ଦେହକୁ ଆହୁରି ଘନୀଭୂତ କରିଛି | ଠକ ସତ୍ୟଜିତର କେଳେଙ୍କାରୀରେ ଆଉ କେତେ ଅଛନ୍ତି ସାମିଲ ଖୋଜୁଛି ପୋଲିସ l ଠକ ସତ୍ୟଜିତକୁ 5ଦିନିଆ ରିମାଣ୍ଡ ବେଳେ ଏମିତି କିଛି ରୋଚକ ତଥ୍ୟ ପାଇଛି କମିସନରେଟ ପୋଲିସ | ନିଜ ଠକାମୀର କ୍ରାଇମସିଣ୍ଡିକେଟ ରେ ଭାଇ ଓ ରହସ୍ୟମୟିଙ୍କ ଭୂମିକାକୁ ନେଇ ତଦନ୍ତ ଜୋରଦାର କରିଛି ପୋଲିସ | ସତ୍ୟଜିତର ଠକାମୀ ପଇସାରେ ଗଢ଼ିଥିବା ବ୍ୟବସାୟୀକ ସାମ୍ରାଜ୍ୟ ସମ୍ଭାଳୁଥିଲେ ଭାଇ ବିଶ୍ୱଜିତ |
ମହିଳାଙ୍କ ଠାରୁ ଠକେଇ କରି ଆଣୁଥିବା କାର କୁ ଟ୍ରାଭେଲସ ରେ ଲଗାଇ ମୋଟା ଅଙ୍କର ଭଡା ଆଦାୟ କରୁଥିଲେ ସାନଭାଇ | ସତ୍ୟଜିତର ଠକାମୀ ଟଙ୍କାକୁ ଅନ୍ୟତ୍ର ଟ୍ରାନ୍ସଫର କରି ସନ୍ଦେହ ଘେରକୁ ଆସିଛନ୍ତି ରହସ୍ୟମୟୀ | ଏମ ସିଏ ପାଠ ପଢିଥିବା ଏହି ସତ୍ୟଜିତର କେଳେଙ୍କାରୀକୁ ଲୁଚାଇବା ପାଇଁ ସହଯୋଗ କରୁଥିବା ସନ୍ଦେହ କରୁଛି ପୋଲିସ | କାରଣ ଗିରଫ ପରେ ସତ୍ୟଜିତର 50 ହଜାର ଟଙ୍କା ଟ୍ରାନ୍ସଫର ପଛରେ ରହସ୍ୟମୟୀଙ୍କ ଭୂମିକା ଥିବା ସନ୍ଦେହ କରୁଛି ପୋଲିସ |
ସେପଟେ ଲଙ୍ଗଡ୍ରାଇଭ ନେଇ ମହିଳାଙ୍କୁ ଫଶାଇ ଥିବା ସତ୍ୟଜିତ ଦାମୀକାର କିଣିବା ପାଇଁ ବୁକିଂ କରିଥିଲା ସିଆଜ ଓ ଫରଚୁନର | ଏଥିପାଇଁ ଜଣେ ଡିଲରଙ୍କ ସହ ଟଙ୍କାକାରବାର ସତ୍ୟଜିତର ଗୁମର ଫିଟାଇ ଦେଇଛି ପୋଲିସ | ଠକେଇ ଟଙ୍କାର ପରିମାଣ 50ଲକ୍ଷ ଟପି ଥିବା ବେଳେ 5ଟି କାର ଓ ସ୍ଥିତି ବାନ ଜମି କିଣିଥିବା ସୁରାକ ପାଇଛି ପୋଲିସ |