ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ଖାତାକୁ ଗଲା । ୨ ଲକ୍ଷ ୩୦ ହଜାରରୁ ଅଧିକ ନୂଆ ହିତାଧିକାରୀଙ୍କୁ ସହାୟତା । ୧୧୫ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ । ଏହାସହିତ ଆଜି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଛୁଇଁଲା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହ ମହିଳାଙ୍କୁ ସଶକ୍ତ କରିବା ପାଇଁ ଏବଂ ସଶକ୍ତ ଓଡ଼ିଶା ଗଠନ ପାଇଁ ବହୁ ଲକ୍ଷପତି ଦିଦି ସୃଷ୍ଟି କରାଯିବ । ପ୍ରତି ଗାଁରେ ୫ ଜଣ ଲେଖାଏଁ ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସୁଭଦ୍ରା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ପୁରସ୍କାର । ସୁଭଦ୍ରା ଯୋଜନା ଘରେ ଘରେ ପହଞ୍ଚାଇଥିବାରୁ ପ୍ରତି ଅଙ୍ଗନବାଡି କର୍ମୀଙ୍କୁ ୧୫ ଶହ ଓ ସହାୟକଙ୍କୁ ୫ ଶହ ଟଙ୍କା ମିଳିବ । ଆଉ ଦିନକ ପରେ ପୁଣି, ମାର୍ଚ୍ଚ ୮ ତାରିଖରେ ମହିଳା ଦିବସରେ, ଗୋଟିଏ ପର୍ୟ୍ୟାୟରେ ସମସ୍ତଙ୍କୁ ମିଳିବ ସୁଭଦ୍ରା ୨ୟ କିସ୍ତି । ଗୋଟିଏ ଦିନରେ ୫ ହଜାର କୋଟି ପ୍ରଦାନ କରିବେ ସରକାର ବୋଲି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ । ଏଥିସହିତ ସୁଭଦ୍ର ପାଇଁ ଆସନ୍ତାକାଲି ୭ ତାରିଖ ସନ୍ଧ୍ୟାରେ ମାଆ ସୁଭଦ୍ରାଙ୍କ ପାଇଁ ଦୀପ ଜାଳିବାକୁ ଅପିଲ କରିଛନ୍ତି ପ୍ରଭାତୀ ପରିଡା।