ହୀରାକୁ୍ଦ ଜଳଭଣ୍ଡାରରୁ ଦୁଇ ହଂସରେଳ ପକ୍ଷୀ ଉଦ୍ଧାର ; ଶିକାରୀ ଗିରଫ

0

କନକତୋରା– ବେଆଇନ ଭାବେ ପକ୍ଷୀ ଶିକାର କରୁଥିବା ଶିକାରୀକୁ ଗିରଫ କଲା ସ୍ଥାନୀୟ ବନ ବିଭାଗ  । ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ୧୯ ଖଣ୍ଡ ମୈାଜା ଧୁଲୁଣ୍ଡାର ହୀରାକୁଦ ଜଳଭଣ୍ଡାରରୁ ଜଣେ ପକ୍ଷୀ ଶିକାରୀ ଗିରଫ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ସ୍ଥାନୀୟ ବନବିଭାଗ ଅତର୍କିତ ଚଢଉ କରି ଦୁଇ ହଂସରେଳ ପକ୍ଷୀ ସହିତ ଶିକାରୀ ପ୍ରଦୀପ କାଲୋରକୁ ଗିରଫ କରିଛି । ଜଳଭଣ୍ଡାର ମଧ୍ୟରୁ ବେଆଇନ ଭାବେ ପକ୍ଷୀ ଶିକାର ହେଉଥିବା ଅଞ୍ଚଳରେ ଚର୍ଚାର ବିଷୟ ହେଉଥିଲା।

 

Edit by sanjulata sahoo