ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

0

(ଦୀପକ ମିଶ୍ର / ଉଦଳା ) : ପୁଣି ଲଜ୍ୟା । ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦଷ୍କର୍ମ ହୋଇଥିବା ନେଇ ଅଭିଯୋଗ ଆସିଛି । ଏଭଳି ସମ୍ବେଦିନଶୀଳ ଘଟଣା ଘଟିଛି ଶରତ ଥାନା କାଠଚୁଆ ଅଂଚଳରେ । ।
ଉୟୁରଭଞ୍ଜ ଜିଲ୍ଳା ଶରତ ଥାନା କାଠଚୁଆ ଅଂଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଘରେ ଏକୁଟିଆ ପାଇ ତାକୁ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଗତ ୩୧ ତାରିଖ ଦିନ ଦିବ୍ୟାଙ୍ଗ ଯୁବତୀ ଜଣକ ଘରେ ଏକୁଟିଆ ରହିଥିବା ବେଳେ ଏହାର ସୁଯୋଗ ନେଇ ପଦ୍ମପୋଖରୀ ପଂଚାୟତ ଧପଡ଼ା ଗ୍ରାମର ବାବୁଲି ବଦରା ବୋଲି ଜଣେ ଯୁବକ ଜଣକୁ ଘରୁ ଟେବି ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲା । ପରେ ଯୁବତୀ ଜଣକ ଏ ନେଇ ତାର ମାଆକୁ ଜଣାଇବା ପରେ ପରିବାର ପକ୍ଷରୁ ଶରତ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା ।