ୟୁନେସ୍କୋ ଏବଂ ଆଇ.ଆଇ.ଏମ୍.ଟି. ମିଳିତ ସହଯୋଗରେ ଆଲୋଚନା ଚକ୍ର

0

ଭୁବନେଶ୍ବର : ୟୁନେସ୍କୋ ଏବଂ ଆଇ.ଆଇ.ଏମ୍.ଟି ଭୁବନେଶ୍ବର ମିଳିତ ସହଯୋଗରେ ଜୁମ୍ ମାଧ୍ୟମରେ ମାନବିକ ଅଧିକାର ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରକୁ ଉଦ୍‌ଘାଟନ କରି ୟୁନେସ୍କୋ  ଲେକଚର ସିରିଜ୍ । ପ୍ରଫେସର ଫ୍ରାନ୍ସିସକୋ ଭିଗ୍ଲିଆରୋଳ ଦେଶର ଆର୍ଥିକ ପ୍ରଗତିକୁ ଗୁରୁତ୍ବ ଦେବା ସହିତ ମାନବିକ ଅଧିକାର ସୁରକ୍ଷା ଉଭୟ ପରଷ୍ପର ଦେଶର ବିକାଶ ପାଇଁ ଗୁରୁତ୍ବପୁର୍ଣ ବୋଲି ମତପ୍ରକାଶ କରିଥିଲେ। ଆଲୋଚନା ଚକ୍ରକୁ ଆଇ.ଆଇ.ଏମ୍.ଟି ର ପ୍ରଫେସର ଡଃ ଶ୍ରୀକାନ୍ତ ପଟ୍ଟନାୟକ ପରିଚାଳନା କରିବା ସହିତ ଏଥିରେ ଭାଗନେଇ ଗଣତନ୍ତ୍ର ପାଇଁ ଯେପରି ମାନବିକ ଅଧିକାର ଗୁରୁତ୍ବପୁର୍ଣ୍ଣ । ଦେଶର ବିକାଶ ପାଇଁ ଆର୍ଥିକ ସହଯୋଗ ସେହିପରି ଅତ୍ୟନ୍ତ ଆବଶ୍ୟକ; ଉଭୟ ପରସ୍ପର ପରିପୁରକ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ଇଟାଲି ବିଶ୍ବବିଦ୍ୟାଳୟର ପ୍ରଫେସର ଆରତୁରେ ହର୍‌ମନ ଆର୍ଥିକ ବିକାଶକୁ ଗୁରୁତ୍ବ ଦେବା ସହିତ ମାନବିକ ଅଧିକାରକୁ ସମ୍ମାନଦେଲେ ଦେଶର ବିକାଶ ଆଗେଇଗଲେ ବୋଲି ମତ ରଖୁଥିଲେ । ଇଂ. ସୁବ୍ରତ କୁମାର ପୃଷ୍ଟି, ଓଡ଼ିଶା ଟେଲିକମ୍‌ର ନିର୍ଦ୍ଦେଶକ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ଆଞ୍ଚଳିକ ବିକାଶ ସହିତ ତଳସ୍ତରରେ ରହୁଥିବା ଲୋକମାନଙ୍କର ଆବଶ୍ୟକତାକୁ ସରକାର ପୁରଣ କରିପାରିଲେ ମାନବିକ ଅଧିକାର ସୁରକ୍ଷିତ ହେବା ସହିତ ସମଗ୍ର ଦେଶର ପ୍ରଗତି ପରିଲିଖିତ ହୋଇପାରିବ ବୋଲି କହିଥିଲେ। ଅରୁଣାଚଳ ପ୍ରଦେଶ ରାଜୀବଗାନ୍ଧୀ ବିଶ୍ବବିଦ୍ୟାଳୟ ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଫେସର ସୁଶାନ୍ତ କୁମାର ନାଏକ ସରକାର ଏବଂ ପ୍ରତ୍ୟେକ ବ୍ୟକ୍ତି ମାନବିକ ଅଧିକାରକୁ ସୁରକ୍ଷା ଦେଇ ଦେଶର ଆର୍ଥିକ ବିକାଶରେ ସାମିଲ୍ ହୋଇ ପାରିଲେ ନାଗରିକର ସମୁହ ବିକାଶ ହୋଇପାରିବ ବୋଲି ମତ ରଖୁଥିଲେ ।