ରାଜନୈତିକ ଦଳ ଭାଙ୍ଗିଲେ ଷ୍ଟାର ଥଲପତି ବିଜୟଙ୍କ ବାପା

ସାଉଥସୁପର ଷ୍ଟାର ଥଲପତି ବିଜୟଙ୍କ ବାପା ଶେଷରେ ମାନିଲେ ହାର। ବିଜୟଙ୍କ ଅଭିଯୋଗ ପରେ ଭାଙ୍ଗିଲେ ନିଜ ରାଜନୈତିକ ଦଳ।

0

(ମୁମ୍ବାଇ) : ସାଉଥସୁପର ଷ୍ଟାର ଥଲପତି ବିଜୟଙ୍କ ବାପା ଶେଷରେ ମାନିଲେ ହାର। ବିଜୟଙ୍କ ଅଭିଯୋଗ ପରେ ଭାଙ୍ଗିଲେ ନିଜ ରାଜନୈତିକ ଦଳ। ସେ ତାଙ୍କ ବାପାଙ୍କ ସମେତ ୧୧ ଜଣ ପରିବାର ଲୋକଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ କେସ୍‌ ରୁଜୁ କରିଥିଲେ।

ସୂଚନାନୁଯାୟୀ , ପ୍ରକୃତରେ ବିଜୟଙ୍କ ବାପା ଏସ୍‌ ଚନ୍ଦ୍ରଶେଖର କିଛି ସମୟ ପୂର୍ବେ ଏକ ରଜନୈତିକ ଦଳ ଗଠନ କରିଥିଲେ। ଏହାର ନା ଥିଲା ଅଲ ଇଣ୍ଡିଆ ଥଲପତି ବିଜୟ ମକ୍କଲ ଇୟକ୍କମ। ତେବେ ବିଜୟ ଏହି ଦଳ ସହ ତାଙ୍କର କୌଣସି ସମ୍ପର୍କ ରହିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ଏଥସହ ଯଦି ତାଙ୍କ ନାଁ କିମ୍ବା ଫ୍ୟାନ୍‌ କ୍ଲବର ଭୁଲ ବ୍ୟବହାର ହୁଏ ତେବେ ସେ କେସ୍‌ କରିବେ ବୋଲି ଚେତାବନୀ ଦେଇଥିଲେ। ଏହାପରେ ଅଭିନେତା ବିଜୟ ନିଜର ପରିବାର ସମେତ ୧୧ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହି ମାମଲାର ଆଜି ଶୁଣାଣି ବେଳେ ଚେନ୍ନାଇ କୋର୍ଟଙ୍କୁ ବିଜୟଙ୍କ ବାପା ପୁଅ ନାଁରେ ଗଠନ କରିଥିବା ରଜନୈତିକ ଦଳ ମକ୍କଲ ଇୟକ୍କମକୁ ଭାଙ୍ଗି ଦେଇଥିବା ନେଇ କହିଛନ୍ତି।