( ସୌମ୍ୟ ରଞ୍ଜନ ସେଠୀ) : ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ହେଲେ ଏହାର ମାସକ ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଙ୍କ କାର୍ୟ୍ୟାଳୟ ସମେତ ରାଜଧାନୀର ସମସ୍ତ ପାର୍କ ଏବଂ ମାର୍କେଟ କମ୍ପ୍ଲେକ୍ସକୁ ପ୍ଲାଷ୍ଟିକ୍ ମୁକ୍ତ କରାଯିବ । ବିଡିଏ କାର୍ୟ୍ୟାଳୟକୁ ପ୍ଲାଷ୍ଟିକ୍ ଓ ପଲିଥିନ୍ ବାରଣ କରାଯାଇଛି । ଆଜିଠାରୁ ଏଠାକାର କୌଣସି ଅଧିକାରୀ କି କର୍ମଚାରୀ ପ୍ଲାଷ୍ଟିକ୍ ଟିଫିନ୍ କିମ୍ବା ପଲିଥିନ୍ରେ ଖାଦ୍ୟ ଆଣିବେନି । ପ୍ଲାଷ୍ଟିକ୍ ବୋତଲରେ ପାଣି ଆଣିବେନି । ପ୍ଲାଷ୍ଟିକ୍ ଓ ପଲିଥିନ୍ ବଦଳରେ କପଡ଼ା ବ୍ୟାଗ୍, କାଗଜ ବ୍ୟାଗ୍ ଓ କାଚ ପାଣି ବୋତଲ ବ୍ୟବହାର କରିବାକୁ କୁହାଯାଇଛି । ବିଡିଏ କର୍ମଚାରୀ ୟୁନାଇଟେଡ୍ ଫୋରମ୍ ପକ୍ଷରୁ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି ।