ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ଯୁବକଙ୍କ ସନ୍ଦେହ ଜନଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ଧୋବାଧୋବଣୀ ଗ୍ରାମରେ ।
ସୂଚନାଯୋଗ୍ୟ ଧୋବାଧୋବଣୀ ଗ୍ରାମର ମାଞ୍ଜୁର ଶୁଙ୍ଘି (୨୫) ଗତ କାଲି ପୂର୍ବାହ୍ନ ୯ ଘଟିକାରେ କୌଣସି କାମରେ ବାହାର କୁ ଯାଇଥିଲେ । ପରେ ଅପରାହ୍ନ ୩ ଟା ବେଳେ ଘରକୁ ପୁନଃ ଫେରିଥିଲେ । ପରେ ପୁଣି ବୁଲିବାକୁ ଯାଇ ଟେଣ୍ଟ ମାଲିକଙ୍କ ଘରୁ ଫେରୁଥିବା ସମୟରେ ରାସ୍ତାରେ ପଡ଼ିଥିଲେ ।କେହି ମାଞ୍ଜୁର କୁ ଦେଖି ଘର ଲୋକଙ୍କୁ ଏବଂ ତିରିଂ ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା ।ପରେ ଆଜି ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରି ଫେରି ଯାଇଛନ୍ତି । ପୋଲିସ ଏକ ମାମଲା କେଶ ନମ୍ବର୧୭୮/୨୪ ରୁଜୁ କରି ଶବଟିକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସପିଟାଲକୁ ପଠାଇଥିଲେ । ରାଇରଙ୍ଗପୁର ର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ ,ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ,ତିରିଂ ଥାନାଧିକାରୀ ପ୍ରମୁଖ ତଦନ୍ତକୁ ଜୋରଦାର କରିଛି ।