ଅର୍ଥନୀତିକୁ ସଜାଡିବେ ମୋଦୀ

0

ଭୁବନେଶ୍ୱର : ଅର୍ଥନୀତିକୁ ସଜାଡିବେ ମୋଦୀ । ୧୦୦ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ । ଆଗାମୀ ୪-୫ ବର୍ଷ ମଧ୍ୟରେ ଦେଶରେ ୨୦୦ରୁ ଅଧିକ ନୂତନ ବିମାନବନ୍ଦର, ହେଲିପ୍ୟାଡ ଏବଂ ୱାଟର ଏରୋଡ୍ରୋମ ଫିଲ୍ଡ ନିର୍ମାଣ ହେବାକୁ ଯାଉଛି । ଦେଶର କୃଷକ ଏବଂ ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ପାଇଁ କାମ ଚାଲିଛି। ଗତିଶକ୍ତି ଯୋଜନା ମାଧ୍ୟମରେ ଦେଶରେ ଟଊଇଘ ଅଧୀନରେ ଆଞ୍ଚଳିକ ସଂଯୋଗ ତ୍ୱରାନ୍ୱିତ ହେବ । ୨୦୨୪-୨୫ ସୁଦ୍ଧା ବିମାନବନ୍ଦର / ହେଲିପୋର୍ଟ / ୱାଟର ଏରୋଡ୍ରୋମ ସଂଖ୍ୟା ୨୨୦କୁ ବୃଦ୍ଧି ପାଇବ। ଏଥିରେ ୧୦୯ଟି ନୂତନ ବିମାନବନ୍ଦର ରହିବ । ଆଉ ଏହା ଅଧୀନରେ ଦେଶରେ ୫୧ ଟି ଏୟାରଷ୍ଟ୍ରିପ୍, ୧୮ ଟି ନୂତନ ପ୍ରକଳ୍ପ, ୧୨ ଟି ୱାଟର ଏରୋଡ୍ରୋମ ଏବଂ ୨୮ ଟି ହେଲିପୋର୍ଟର ବିକାଶ କାର୍ୟ୍ୟ ସାମିଲ ରହିଛି ।