ରାଇରଙ୍ଗପୁର / ସତ୍ୟନାରାୟଣ ପାଲ: ଦିନକୁ ଦିନ ବାରିପଦା ସହର ତଥା ଆଖ ପାଖ ଅଞ୍ଚଳରେ ନିଶା କାରବାର ବଢ଼ିବାରେ ଲାଗିଛି।ପୁଣି ଥରେ ବାରିପଦା କଚେରୀ ନିକଟସ୍ଥ କଲିକତା ବସ୍ଇଷ୍ଟାଣ୍ଡରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛିି । ଗତକାଲି ବିଳମ୍ବିତ ରାତିରେ ବାରିପଦା ପୋଲିସ ୨୧କେଜି ଗଞ୍ଜେଇ ଜବତ କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି । ଯାତ୍ରୀବାହୀ ବସରେ ଗଞ୍ଜେଇ ନେଇ କଲିକତା ଯିବା ଲାଗି ଦୁଇ ଜଣ ମହିଳା ଓ ଜଣେ ପୁରୁଷ ତିନି ଟି ଵ୍ୟକ୍ଷଗ ଧରି ବାରିପଦା ଇସ୍ଥିତ କଲିକତା ବସ୍ଇଷ୍ଟାଣ୍ଡ ରେ ଯାତ୍ରୀ ପ୍ରତୀକ୍ଷାଳୟରେ ବସିଥିଲେ।କୋଣସି ସୂତ୍ରରୁ ଖବର ପାଇ ବାରିପଦା ଟାଉନ ପୋଲିସ ଚେକିଂ କରି ବ୍ୟକ୍ଷଗ ରୁ ଗଞ୍ଜେଇ ଜବତ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ତିନି ଜଣ ଯାକ ପଶ୍ଚିମବଙ୍ଗ ର ମୁର୍ଷିଦାବାଦ ଅଞ୍ଚଳର । ଏନେଇ ଅଧିକ ତଦନ୍ତ ପ୍ରକ୍ରିୟା ଚାଲିଥିବା କହିଛନ୍ତି ବାରିପଦା ଟାଉନ ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ।