ନୂଆଦିଲ୍ଲୀ – ଗତ ୨୪ ଘଣ୍ଟାରେ ୨୧,୮୨୨ ନୂଆ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ୨୯୯ ଜଣଙ୍କ କରୋନାରେ ମୃତ୍ୟୁବରଣ କରିଛନ୍ତି ।ଦେଶରେ ମୋଟ ମୃତ୍ୟୁସଂଖ୍ୟା ୧,୪୮,୭୩୮ ପହଞ୍ଚିଥିବାବେଳେ ଅଅରୋଗ୍ୟ ହାର ୯୬,୦୪ ପ୍ରତିଶତକୁ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ ସକ୍ରିୟ ମାମଲା ୨,୫୭,୬୫୬ ରେ ପହଞ୍ଚିଛି । ଏହା ମୋଟ ମାମଲାର ୨.୫୧ ପ୍ରତିଶତ ।ଆଇସିଏମଆର ରିପୋର୍ଟ ଅନୁଯାୟୀ ଦେଶରେ ବର୍ତ୍ତମାନ ୧୭,୨୦,୪୯ , ୨୭୪ ନମୁନା ପରୀକ୍ଷା ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ,ଦେଶରେ ନୂଆ ପ୍ରଜାତିର କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୫ କୁ ବୃଦ୍ଧି ପାଇଛି । ୫ ଟି ନୂଆ ମାମଲା ମଧ୍ୟରୁ ୪ ଟି ଏନଆଇଭି ପୁନେରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଏକ ମାମଲା ଆଇଜିଆଇବି , ଦିଲ୍ଲୀରେ ଚିହ୍ନଟ ହୋଇଛି । ଭାରତ ସମେତ ଡେନମାର୍କ , ନେଦରଲାଣ୍ଡ , ଅଷ୍ଟ୍ରେଲିଆ , ଇଟାଲୀ , ସ୍ୱିଡେନ , ଫ୍ରାନ୍ସ , ସ୍ପେନ୍ , ସ୍ୱିଜରଲାଣ୍ଡ , ଜର୍ମାନୀ,କାନାଡା, ଲେବାନନ , ଏବଂ ସିଙ୍ଗାପୁରରେ ନୂଆ ପ୍ରଜାତିର ଭୂତାଣୁ କାୟା ବିସ୍ତାର କରିଚାଲିଛି ।