ବରଗଡ଼: ରାଜ୍ୟରେ ଜଙ୍ଗଲ ରାଜା ବାଘକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ । ବନ ବିଭାଗ ନାକ ନିଶ ତଳେ ରାଜ୍ୟରେ ବାଘ ମାରି ତାର ଛାଲ ଚାଲାଣ ହେଉଛି । ବରଗଡ଼ରେ ଏକ କଲରାପତରିଆ ବାଘ ଛାଲ ରତ୍ପାନୀ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବାଘ ଛାଲ, ନଖ ଓ ଦାନ୍ତ ଜବତ ହୋଇଛି । ଏସଡିଏଫ ପକ୍ଷରୁ ଚଢାଉ କରାଯାଇ ବାଘ ଛାଲ ଜବତ ହୋଇଛି ।
ବରଗଡ଼ ଜିଲ୍ଲା ଭଟଲି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଖଜୁରିଆରେ ବାଘ ଛାଲ, ନଖ ଦାନ୍ତ ଆଦି ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି ଏସଡିଏଫ । ଓ୍ବାଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ ଭୁବନେଶ୍ୱର ଏବଂ ଏସ ଟି ଏଫ ର ମିଳିତ ଦ୍ୱାରା ଏହି ଚଢାଉ ହୋଇଛି । ବାଘ କିପରି ମଲା, ଏହି ଘଟଣା କିପରି ବରଗଡ଼ ବନ ବିଭାଗ ଜାଣି ପାରିଲା ନାହିଁ ସେ ନେଇ ତଦନ୍ତ ଜାରି ରହିଛି। ନିକଟରେ ରାଜଧାନୀରୁ ଜବତ ହୋଇଥିଲା ଏକ ବାଘ ଛାଲ ।
SR