ସଡକ ଦୁର୍ଘଟଣା ନେଲା ୩ଜଣଙ୍କ ଜୀବନ । ଏପରି ଦୁଖଦ ଘଟଣା ଘଟିଛି ମହାରାଷ୍ଟର କଲ୍ୟାଣ -ନାସିକ ହାଇୱେ ଉପରେ । ରାସ୍ତାରେ ଆନେକ ଶ୍ରମିକ ଚାଲିକିି ଯାଉଥିବା ବେଳେ ଏକ ଦ୍ରୁତଗାମି କାର ଆସି ୫ଜଣଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ମୃ୍ତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି ।ମୃତକ ଓ ଆହତ ବ୍ୟକ୍ତି ମଧ୍ୟପ୍ରଦେଶର ହୋଇଥିôବା ବେଳେ ସେମାନେ ମହାରାଷ୍ଟ୍ରରେ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ଜଣାପଡିଛି । ଏହା ପୂର୍ବରୁ ୧୮ ତାରିଖରେ ନାସିକ ଜିଲ୍ଲାର ମୁମ୍ବାଇ-ଆଗ୍ରା ହାଇୱେରେ ସଡ଼କ ଦୁର୍ଘଟଣା ଘଟିଥିଲା । ରାସ୍ତାରେ ଛିଡା ହୋଇଥିବା ଏକ କଣ୍ଟେନରକୁ ଦ୍ରୁତ ଗତିରେ ଏକ କାର ଧକ୍କା ଦେଇଥିଲା । ଫଳରେ ୪ ଜଣଙ୍କର ଜୀବନ ଚାଲିଯାଇଥିଲା । ମୃତକଙ୍କ ମଧ୍ୟରେ ବିଜେପି ନେତା ସାମିଲ ଥିଲେ ।