(ସତ୍ୟନାରାୟଣ ପାଲ) ରାଇରଙ୍ଗପୁର: ବହଳଦା ଥାନା ଅନ୍ତର୍ଗତ ଅଅଁଳାଯୋଡି ପଞ୍ଚାୟତର ତିକ୍ଷିଆ ଗାଥା ନିକଟସ୍ଥ ଜାମବଣି ମନ୍ଦିର ନିକଟ ପୋଖରୀରେ ୪ ବର୍ଷର ଶିଶୁପୁତ୍ରର ସଲିଲ ସମାଧି ହୋଇଛି । ଶୁକ୍ରବାର ମଧ୍ୟାହ୍ନରେ ଏପରି ଅଘଟଣ ଘଟିଯାଇଛି ।
ସୂଚନା ଅନୁଯାୟୀ, ଜାମବଣି ଗ୍ରାମର ଦୁର୍ଯୋଧନ ବେହେରା ଓ ଲକ୍ଷ୍ମୀ ବେହେରାଙ୍କର ଗୋଟିଏ ବୋଲି ୪ ବର୍ଷର ପୁଅ ଲକ୍କି । ବାପା ବାଙ୍ଗାଲୋରରେ କାମ କରନ୍ତି । ଆଜି ଜନ୍ମାଷ୍ଟମୀ ପାଇଁ ଗ୍ରାମର ରାଧାକୃଷ୍ଣ ମନ୍ଦିରରେ ଏକ ସତସଙ୍ଗ ଚାଲୁଥିଲା । ଲକ୍କି ତା ମା ସହିତ ସେଠାକୁ ଯାଇଥିଲା । ଲକ୍କିର ମା ସତସଙ୍ଗରେ ନିମଗ୍ନ ହୋଇଥିବା ବେଳେ ଲକ୍କି ସାଙ୍ଗମାନଙ୍କ ସହ କେତେବେଳେ ଖେଳିବାକୁ ସେଠାରୁ ଚାଲିଯାଇଥିଲା । ପରେ ମନ୍ଦିର ନିକଟ ପୋଖରୀରେ ବୁଡିଯାଉଥିବା ଦେଖି ଲୋକେ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛି । ତେବେ କିପରି ତାର ମୃତ୍ୟୁ ଘଟିଲା, ସେ ନେଇ କୌଣସି ସ୍ପଷ୍ଟ କାରଣ ଜଣାପଡି ନାହିଁ ।