ପୁରୀ : ବୁଧବାର ବୈଶାଖ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଟିତ ହେବ । ତେଣୁ ଏହି ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ପ୍ରାୟ ୬ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ମହାପ୍ରଭୁଙ୍କ ଏହା ଗୁପ୍ତଗୁନୀତି ହୋଇଥିବାରୁ ବନ୍ଦ ରହିବ ସାଧାରଣ ଦର୍ଶନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ଆଜି ମହାପ୍ରଭୁଙ୍କ ହେବ ବନକଲାଗି ନୀତି। ତତ୍ ସହିତ ଅନବସର ପିଣ୍ଡିରେ ଅନବସର ନୀତି ସମ୍ବନ୍ଧିତ କେତେକ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ସମ୍ପାଦିତ ହେବ। ଦତ୍ତମହାପାତ୍ରମାନେ ଗୋଷ୍ଠୀ ଗତ ଭାବେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବେ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ଟା ଠାରୁ ରାତ୍ର ଘ.୧୨.୦୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।