ଦଇତାପତି ନିଯୋଗର ନିର୍ବାଚନ ଫଳାଫଳ ଘୋଷଣା

0

ପୁରୀ: ଦଇତାପତି ନିଯୋଗର ନିର୍ବାଚନ ଫଳାଫଳ ଘୋଷଣା। ନିଯୋଗର ସଭାପତି ହେଲେ ଗଣେଷ ଦାସମହାପାତ୍ର, ଉପସଭାପତି ହେଲେ ଗଣପତି ଦାସମହାପାତ୍ର। ନିଯୋଗର ପୁନର୍ବାର ନିଯୋଗର ସଂପାଦକ ଭାବେ ନିର୍ବାଚିତ ହେଲେ ରାମକୃଷ୍ଣ ଦାସମହାପାତ୍ର ଓ ସହ ସଂପାଦକ ହେଲେ ଜଗବନ୍ଧୁ ଦାସମହାପାତ୍ର। ସେହିଭଳି କୋଷାଧ୍ୟକ୍ଷ ଭାବେ କାର୍ତ୍ତିକ ଦାସମହାପାତ୍ର ନିର୍ବାଚିତ ହୋଇଛନ୍ତି। ଦଇତାପତି ନିଯୋଗର ନିର୍ବାଚନ ଅଧିକାରୀ ଭାବେ ଅନ୍ନଦା ଶଙ୍କର ଜେନା ବିଧିବଦ୍ଧ ଭାବେ ଫଳାଫଳ ଘୋଷଣା କରିଛନ୍ତି। ତେବେ ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ଲଗାତାର ଭାବରେ ଦୁଇଥର ଦଇତାପତି ନିଯୋଗର ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଆଗାମୀ ୨୦୨୫ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁସଂଗଠିତ କରିବା ପାଇଁ ନିଯୋଗ ସମ୍ପୁର୍ଣ୍ଣ ସହଯୋଗ କରିବ ବୋଲି ଆଶା ରହିଛି।