ବରଗଡ଼: କାର ଭିତରେ ଜେଇଙ୍କ ସନ୍ଦେହଜନକ ମୃତ୍ୟୁ । କାର ଭିତରୁ ବରପାଲି ବ୍ଲକ୍ ର ଜେଇ ଚନ୍ଦ୍ରଶେଖର ଝାଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ହଳଦୀପାଲି ଛକରେ ଛିଡା ହୋଇଥିବା ତାଙ୍କ କାର୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ବରଗଡ଼ରୁ ବରପାଲି ବ୍ଲକକୁ ବାହାରିଥିଲେ ଚନ୍ଦ୍ରଶେଖର ଝାଡିଆ । ଆଜି ସକାଳୁ ମୃତଦେହ ମିଳିଛି ।
ସୂଚନା ଅନୁଯାୟୀ, ବାଟରେ ଯାଉଥିବାବେଳେ ଅଧିକ ଗରମ ହେବାରୁ ଗାଡିରେ ଏସି ଲଗାଇ ଶୋଇପଡିଥିଲେ । ଯାହା ଅନୁମାନ କରାଯାଉଛି, Ac ଟି ଖରାପ ହେବା ସହ Ac ଟି ସରସର୍କିଟ ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ଦେହ ସାରା ଜଳାପୋଡା ହୋଇଥିବା ନଜର ଆସିଛି l ସେପଟେ ତାଙ୍କ ସ୍ତ୍ରୀ ପୋଲିସକୁ କହିବା ଅନୁସାରେ ଗୁରୁବାର ଦିନ ୧୨ଟା ରୁ ଘରୁ ବାହାରି ଆସିଥିଲେ l ରାତିରେ ଫୋନ୍ ଉଠାଇ ନଥିଲେ l ପରେ ଖୋଜା ଖୋଜି କରିବାରୁ ଗାଡିରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଥିବା ବେଳେ ମୃତଦେହ ଉଦ୍ଧାର କରିଛି ପୋଲିସ।