ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟ ବସ୍ ମାଲିକ ସଂଘର ଚିଠି

0

ପୋଲିସକୁ ଦିଆନଯାଉ ଗାଡ଼ି ଚେକିଂ ଓ ଜରିମାନା କ୍ଷମତା’ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟ ବସ୍ ମାଲିକ ସଂଘର ଚିଠି । ଗାଡ଼ି ଚେକିଂରେ ପୋଲିସକୁ ଅତିରିକ୍ତ କ୍ଷମତା ପ୍ରସ୍ତାବକୁ ବିରୋଧ । ପ୍ରସ୍ତାବକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ବସ୍ ମାଲିକ ସଂଘର ଚିଠି । ପୂର୍ବରୁ ବି ପୋଲିସକୁ ଅତିରିକ୍ତ କ୍ଷମତା ଦିଆଯାଇଥିଲା । କିନ୍ତୁ ଦୁର୍ନୀତି ବଢ଼ିଥିଲା । ଅଯଥା ଇ-ଚାଲାଣ କାଟି ବସ୍ ମାଲିକଙ୍କୁ ହଇରାଣ କରାଯାଉଥିଲା । ତେଣୁ ପ୍ରସ୍ତାବ ବାବଦରେ ପୁନଃବିଚାର କରିବାକୁ ଅନୁରୋଧ କଲା ସଂଘ । ପୋଲିସକୁ ଗାଡ଼ି ଚେକିଂ ଓ ଜରିମାନା କ୍ଷମତାର ପ୍ରସ୍ତାବ ଦେଇଛନ୍ତି ପରିବହନ କମିଶନର । ରାଜ୍ୟ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ କମିଶନର । ଗତ ୩୦ ତାରିଖରେ ପରିବହନ କମିଶନର ଏ ସଂପର୍କିତ ଏକ ଚିଠି ଲେଖିଛନ୍ତି ।