କଟକ-: କଟକ ଜିଲ୍ଲା ବାଙ୍କୀ ଥାନା ସହଙ୍ଗା ଗୋପାଳପୁର ଗାଁରେ ବିଳମ୍ବିତ ରାତିରେ ଫୁଟିଲା ବୋମା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ସହଙ୍ଗା ଗୋପାଳପୁର ଗାଁର ଗୋଲଖ ଜେନାଙ୍କ ଘର୍ ଉପରକୁ ବୋମା ମାଡ଼ କରି ଜଣେ ଦୁର୍ବୃତ୍ତ ଫେରାର ହୋଇଥିବା ଅଭିଯୋଗ ହୋଇଛି । ଲଗାତାର ତିନିଟି ବୋମା ମାଡ କରିଥିଲା ଦୁର୍ବୃତ୍ତ । ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ଘରର ଝରକା କବାଟ ଭାଙ୍ଗି ଯିବା ସହ ଝରକା କାଚ ଭାଙ୍ଗି ନଷ୍ଟ ହୋଇ ଯାଇଛି । ବାଙ୍କୀ ପୋଲିସ ଓ ସୁବର୍ଣ୍ଣପୁର ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ ଜାରିରଖିଛନ୍ତି ।