କଳାହାଣ୍ଡି : ଭବାନୀପାଟଣା ସହରର ଯେତିକି ବିକାଶ ହେଉଛି ସେତିକି ଅପ୍ରୀତିକର ଓ କଳା ଧନ୍ଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କେତେବେଳେ ଧଳା ଯାହାର କାରବାର ଠାବ ହେଉଛି ତ ପୁଣି ଆଉ କେତେବେଳେ ଗଞ୍ଜେଇ ଆଉ ଚୋରି ଡକାୟତି ତ ସହରରେ ଏକ ଦୈନନ୍ଦିନ ଘଟଣା। ହେଲେ ଏବେ ସହରରେ ବେଶ ଚତୁରତାର ସହ ପୋଲିସର ନାକ ତଳେ ଚାଲିଛି ସେକ୍ସ କାରବାର ତାହା ପୁଣି ଜଣେ ଅବସରପ୍ରାପ୍ତ ପୋଲିସ୍ ଅଧିକାରୀଙ୍କ ଘରେ। ଯାହା ପୋଲିସରୁ ସୁରକ୍ଷା ମିଳିବା ଭଳି ମାନେ ହୁଏ। ହେଲେ ଲୋକେ ଜାଣିବା ପରେ ପୋଲିସ ସେହି ସେକ୍ସ କାରବାର ଉପରେ ଚଢାଉ କରିବା ସହ ଦୁଇଜଣ ବଙ୍ଗୀୟ ଯୁବତୀଙ୍କ ସମେତ ଜଣେ ଦେହ ଦଲାଲକୁ ଗିରଫ କରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ ଭବାନୀପାଟଣା ସହରର ରାମନଗର ପଡ଼ାରେ ଥିବା ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ରବୀନ୍ଦ୍ରନାଥ ଆରୁଖ ନିଜ ବାସ ଭବନ କୁ ଗତ ୨ ବର୍ଷ ତଳେ ଜଣେ ଯୁବକଙ୍କୁ ଭଡା ଦେଇ ନିଜେ ଉପର ମହଲାରେ ରୁହୁ ଥିଲେ। ଘର ମାଲିକଙ୍କ ଜାଣତ ଯୁବକ ଜଣକ ସେହି ଘରେ ଗତ ଦୁଇ ବର୍ଷ ଧରି ସେହି ଘରେ ସେକ୍ସ କାରବାର ଚଳାଇ ଆସୁଥିବା ବେଳେ ବାରମ୍ବାର ସ୍ଥାନୀୟ ଲୋକେ ମନା କରିବା ପରେ ମଧ୍ୟ ଦଲାଲ ଜଣକ ଲୋକଙ୍କ କଥାକୁ ଖାତିର ନକରି କାରବାର ଚଳାଇ ଆସୁଥିଲା। ହେଲେ ସ୍ଥାନୀୟ ଲୋକେ ସେହି ଘର ଭିତରକୁ ପଶି ବାହାର ପଟୁ ଗେଟ ବନ୍ଦ କରି ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ସେହି ଘର ଭିତରକୁ ଦୁଇଜଣ ବଙ୍ଗୀୟ ଯୁବତୀଙ୍କ ସମେତ ଜଣେ ଦେହ ଦଲାଲ କୁ ଗିରଫ କରି ଟାଉନ ଥାନାରେ ଅଟକ ରଖିଥିବା ଜଣାପଡିଛି। ଗିରଫ ଦୁଇ ଜଣ ଯୁବତୀ ହେଲେ ୱେଷ୍ଟ ବେଙ୍ଗଲର ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ବିଉଟି ସିଙ୍ଗ ଓରଫ ସପନା ଓ ଅନ୍ୟ ଜଣେ ନଦିଆ ଜିଲ୍ଲା ହାସଖାଲି ଥାନା ଅଂଚଳର ଲଷ୍ମୀ ସିଙ୍ଗ ମଣ୍ଡଳ ବୋଲି ଜଣାପଡ଼ିଥିବା ବେଳେ ଦଲାଲ ଜଣକ ନର୍ଲା ଅଞ୍ଚଳର ବୋଲି ଜଣାପଡିଛି। ପୋଲିସ୍ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏହି ସେକ୍ସ୍ ରାକେଟ ଘଟଣାରେ ଅନେକ ବଡବଡିଆଙ୍କ ଲିଙ୍କ ରହିଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଥିବା ନେଇ ସୂଚନା ଦେଇଛନ୍ତି ସଦର ଏସଡିପିଓ ସୁନାରାମ ହେମ୍ବରମ୍।